Mon. Sep 28th, 2026

ଆଜିଠୁ କାର୍ଯ୍ୟରେ ଯୋଗଦେବ ହାଇକୋର୍ଟ ଆଇନଜୀବୀ

200 Views

କଟକ : ଦୀର୍ଘଦିନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ଆଜିଠୁ କାର୍ଯ୍ୟରେ ଯୋଗଦେବେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ । ହାଇକୋର୍ଟ ବାର୍ ଓ କଟକର ଅନ୍ୟ ବାର୍ ଓକିଲଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ହାଇକୋର୍ଟ ବାର୍ ଆସୋସିଏସନ ଅନୁରୋଧ କରିଛି ।

ଗତ ୧ ତାରିଖରେ ବାର୍‌ ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ଘୋଷଣା ହୋଇଥିଲା । ବାର୍ କାଉନସିଲ ଅଫ୍ ଇଣ୍ଡିଆର ଅନୁରୋଧ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ହାଇକୋର୍ଟ ବାର୍ ସଭାପତି କହିଥିଲେ । ତେବେ କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ, ଖାଲିପଡ଼ିଥିବା ବିଚାରପତି ପଦ ପୂରଣ, ବିଚାରପତି ନିଯୁକ୍ତି ବେଳେ ହାଇକୋର୍ଟରେ ପ୍ରାକ୍ଟିସ୍‌ କରୁଥିବା ଆଇନଜୀବୀଙ୍କୁ ପ୍ରାଧାନ୍ୟ ଦିଆଯିବା ଭଳି ଦାବିରେ ସଂଘ ପୂର୍ବଭଳି ଅଟଳ ରହିଥିବା ବାର ସଭାପତି କହିଛନ୍ତି। ସାଧାରଣ ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବ ବୋଲି ମଧ୍ୟ  ସେ ସୂଚନା ଦେଇଛନ୍ତି।

By amfnews

Related Post