Fri. Jul 24th, 2026

ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମା’ ତାରିଣୀଙ୍କ ଦର୍ଶନ ବନ୍ଦ

181 Views

କେନ୍ଦୁଝର : ଆଜି ମା’ ଘଟଗାଁ ତାରିଣୀଙ୍କ ଦର୍ଶନ ବନ୍ଦ ରହିଛି। ଆଷାଢୀ ପର୍ବ ପାଇଁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ ବନ୍ଦ ରହିବ।  ମନ୍ଦିର ଦ୍ୱାର ବନ୍ଦ ରହିବା ସହ ପହଡ଼ ଖୋଲିବନି। ଫଳରେ ମା’ଙ୍କୁ ଦର୍ଶନ କରିପାରିବେନି ଭକ୍ତ। ଭକ୍ତଙ୍କ ମଙ୍ଗଳ ପାଇଁ ମା’ ତାରିଣୀ ଆଜି ଉପବାସ ରଖୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ୱାସ ରହିଛି। ସନ୍ଧ୍ୟା ୬ଟା ପରେ ପହଡ଼ ଉଠିଲେ ମା’ ସୁନା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।

ଅନ୍ୟପକ୍ଷରେ ଏଠାକାର ୨୨ଖଣ୍ଡ ମୌଜାର ଲୋକେ ଆଜିର ଦିନକୁ କୃଷି ଭତ୍ତିକ ପର୍ବ ଭାବେ ପାଳନ କରନ୍ତି । ଏଥିସହ ମା’ଙ୍କ ନିକଟରେ ବୋଦା ସମର୍ପଣ କରି ଚାଷ କାମ ଆରମ୍ଭ କରନ୍ତି।

By amfnews

Related Post