Fri. Sep 11th, 2026

ଆଜି ସଂଧ୍ୟାରୁ ତିନିଦିନ ପର୍ଯ୍ୟନ୍ତ ବର୍ଷା

326 Views

ଭୁବନେଶ୍ୱର, ଅକ୍ଟୋବର ୨୮: ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବାର ସମ୍ଭାବନା ରହିଥିବା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ହିଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆକଳନ କରାଯାଇଛି । ଏ ନେଇ ୭ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଥିବାବେଳେ ବିଶେଷତଃ ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଉପକୂଳ ଓଡିଶାର କେତେକ  ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାବେଳେ ଆଭ୍ୟନ୍ତରୀଣ ଓଡିଶା ତଥା ଅନୁଗୁଳ, କନ୍ଧମାଳ, ଗଜପତି, ରାୟଗଡା, ଢେଙ୍କାନାଳ ଇତ୍ୟାଦି ଜିଲ୍ଲାରେ ଘଡଘଡି ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସଂଧ୍ୟାରୁ ବର୍ଷା ଆରମ୍ଭ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅକ୍ଟୋବର ୩୧ ତାରିଖରୁ ବର୍ଷାର ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post