Tue. Sep 29th, 2026

ଆଜି ରିଲିଜ୍‌ : ରଣବୀର ସିଂହ ଏବଂ ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ସିମ୍ବା’

344 Views

ମୁମ୍ବାଇ, ଡିସେମ୍ବର ୨୮ : ରୋହିତ ସେଟ୍ଟିଙ୍କ ସୁପର ଆକସନ୍‌-କମେଡି ଫିଲ୍ମ ‘ସିମ୍ବା’ ଆଜି ମୁକ୍ତିଲାଭ କରୁଛି। ଏଥିରେ ରଣବୀର ସିଂହ ଏବଂ ସାରା ଅଲ୍ଲୀ ଖାନ୍‌ ନାୟକ ନାୟିକା ଭୂମିକରେ ଅଛନ୍ତି। ଏଥିରେ ଅନୀଲ କପୁରଙ୍କୁ ଏଥିରେ ସ୍ପେିସିଆଲ୍‌ ଆପିଅରାନ୍‌ସରେ ଦେଖିବାକୁ ମିଳିବ। କିନ୍ତୁ ଏହି ସିନେମାରେ ଅନୀଲଙ୍କ ଅଭିନୀତ ଚରିତ୍ରଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଅନୀଲ କପୁରଙ୍କ ସହ ଏହା ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କର ପ୍ରଥମ ସିନେମା। ଆଗରୁ ସେ ଡଜନେ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ବି କୌଣସି ଗୋଟିକରେ କାମ କରିନଥିଲେ ଅନୀଲ କପୁର।
ତେବେ ‘ସିମ୍ବା’ର ଲିଡ୍‌ ଆକ୍ଟର ରଣବୀର ସିଂହ ଦ୍ୱିତୀୟ ଥର ପାଇଁ ଅନୀଲ କପୁରଙ୍କ ସହିତ ସ୍କି୍ରିନ୍‌ ସେଆର୍‌ କରୁଛନ୍ତି। ଆଗରୁ ରଣବୀର ଅନଲ କପୁରଙ୍କ ସହିତ ‘ଦିଲ୍‌ ଧଡ଼କ୍‌ନେ ଦୋ’ସିନେମାରେ କାମ କରିଥିଲେ। ସେହି ଫିଲ୍ମରେ ଅନୀଲ ଓ ରଣବୀରଙ୍କ କେମେଷ୍ଟ୍ରେି ଜବରଦସ୍ତ ଥିଲା।
‘ସିମ୍ବା’ରେ ଅଜୟ ଦେବଗନଙ୍କୁ ଦର୍ଶକ ପୁଣିଥରେ ସିଂଘମ୍‌ ଷ୍ଟାଇଲ୍‌ ରୋଲ୍‌ରେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ରଣବୀର ସିଂହଙ୍କ ସହ ଅଜୟ ଦେବଗନ୍‌ ପ୍ରଥମ ଥର ଆସିବେ।


କୁହାଯାଉଛି ଯେ,‘ସିମ୍ବା’ରେ ରଣବୀରଙ୍କ ଟ୍ରେନର ଓ ଗୁରୁ ଭୂମିକାରେ ଅଛନ୍ତି ଅଜୟ ଦେବଗନ। ଶୁଣିବାକୁ ମିଳୁଛି ଯେ ଅକ୍ଷୟ କୁମାରଙ୍କ ଉପରେ ଗୋଟିଏ ଦୃଶ୍ୟର ସୁଟିଂ ମଧ୍ୟ କରିସାରିଛନ୍ତି ରୋହିତ ସେଟ୍ଟୀ। ‘ସିମ୍ବା’ ରେ ସୁପରଷ୍ଟାର୍‌ ଅକ୍ଷୟ କୁମାର ଅତିଥି କଳାକାର ରୂପେ ନଜର ଆସିବେ। କିନ୍ତୁ ଏଥିରେ ତାଙ୍କ ଭୂମିକାଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ତେବେ ଏ ସଂପର୍କରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ କିଛି ଖୋଲାଖୋଲି କହି ନାହାନ୍ତି। କାରଣ ଅକ୍ଷୟ କୁମାରଙ୍କୁ ଦର୍ଶକ ସରପ୍ରାଇଜ୍‌ ଭାବେ ‘ସିମ୍ବା’ରେ ଦେଖିବାକୁ ପାଇବେ।

By amfnews

Related Post