Fri. May 15th, 2026

ଆଜି ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀଗସ୍ତ କରିବେ ପ୍ରିୟଙ୍କା

366 Views

ଲକ୍ଷ୍ମୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଦ୍ରା ନିର୍ବାଚନ ପ୍ରଚାର ପାଇଁ ପୂରା ପ୍ରସ୍ତୁତ ରହିଛନ୍ତି। ଏହି କ୍ରମରେ ସେ ବୁଧବାର ପ୍ରଧାନମନ୍ତ୍ରୀ ମୋଦି ସଂସଦୀୟ କ୍ଷେତ୍ର ବାରାଣାସୀଗସ୍ତ କରିବେ। ପ୍ରିୟଙ୍କାଙ୍କ ଏହି ଗସ୍ତକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ବାରାଣାସୀଗସ୍ତ ସମୟରେ ପ୍ରିୟଙ୍କାଙ୍କ କାର୍ଯ୍ୟସୂଚୀ….

ପ୍ରିୟଙ୍କା ୯ଟାରେ ସଡ଼କ ମାର୍ଗ ଦେଇ ବାରାଣାସୀରେ ପହଞ୍ଚିବେ।

୧୦.୦୦ରେ ପ୍ରି୍ରୟଙ୍କା ଗାନ୍ଧୀ ବାରାଣାସୀର ଶିତଳା ମନ୍ଦିରରେ ମହିଳା ସମୂହଙ୍କୁ ଭେଟିବେ।

୧୧.୦୦ରେ ସୁଲତାସ୍କେଶ୍ୱର ମନ୍ଦିର ଦର୍ଶନ କରି ପୂଜା କରିବେ।

୨.୦୦ରେ ପ୍ରିୟଙ୍କା ଗାନ୍ଧୀ ବାରାଣସୀ ରାମନଗରସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବାସଭବନକୁ ଯିବେ।

ପାଖାପାଖି ୩ଟାରେ ପ୍ରିୟଙ୍କା ଗାନ୍ଧି ଅସ୍ତି ଘାଟରେ ସ୍ଥାନୀୟଲୋକ ଓ ଜନପ୍ରତିନିଧିଙ୍କ ସହିତ ସାକ୍ଷାତ କରିବେ। ଜନପ୍ରତିନିଧିଙ୍କୁ ଭେଟିବା ପରେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜା କରିବାର ବି କାର୍ଯ୍ୟକ୍ରମ ରହିଛି।

ଏହାପରେ ଦିନ ୪ଟା ବେଳେ ବାରାଣାସୀର କଂଗ୍ରେସ କାର୍ଯ୍ୟାଳୟ ଯିବେ ଓ ସେଠାରେ ଜନପ୍ରତିନିଧି ଏବଂ କର୍ମକର୍ତ୍ତାଙ୍କ ସହ ଲୋକସଭା ନିର୍ବାଚନ ବିଷୟରେ ପ୍ରିୟଙ୍କା ଚର୍ଚ୍ଚା କରିବେ।

୬ଟା ବାଜି ୩୦ ମିନିଟ୍‌ରେ ପାର୍ଟି କାର୍ଯ୍ୟାଳୟରୁ ପ୍ରିୟଙ୍କା ଗାନ୍ଧୀ ବାବତପୁର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଆରମ୍ଭ କରିବେ।

By amfnews

Related Post