Fri. Sep 4th, 2026

ଆଜି ମୁକ୍ତିଲାଭ କରୁଛି ‘ପାନିପତ୍’ ଓ ‘ପତି ପତ୍ନୀ ଔର୍ ଓ୍ୱ’

250 Views

ମୁମ୍ବାଇ: ଆଜି ମୁକ୍ତିଲାଭ କରୁଛି ଦୁଇଟି ହିନ୍ଦୀ ଚଳଚ୍ଚିତ୍ର। ଏହା ହେଲା ‘ପାନିପତ୍’ ଓ ‘ପତି ପତ୍ନୀ ଔର୍ ଓ୍ୱ’। ଏଥିମଧ୍ୟରୁ ପ୍ରଥମଟି ଏକ ଐତିହାସିକ ଚଳଚ୍ଚିତ୍ର ହୋଇଥିବା ବେଳେ ଅନ୍ୟଟି ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ସିନେମା। ‘ପାନିପତ୍’ର କଥାବସ୍ତୁ ତୃତୀୟ ପାନିପତ ଯୁଦ୍ଧ ଉପରେ ଆଧାରିତ। ଏଥିରେ ସଂଜୟ ଦତ୍ତ, ଅର୍ଜୁନ କପୁର ଏବଂ କ୍ରିତି ସାନନ୍ ମୁଖ୍ୟ ଭୂମିକାରେ ଅଛନ୍ତି। ପ୍ରଖ୍ୟାତ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର୍ ‘ପାନିପତ୍’ର ନିର୍ଦ୍ଦେଶନା ଦେଇଛନ୍ତି।

‘ପତ୍ନୀ ଔର୍ ଓ୍ୱ’ ହେଉଛି ସଂଜୀବ କୁମାରଙ୍କ ଅଭିନୀତ ତଥା ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପତ୍ନୀ ଔର୍ ଓ୍ୱ’ର ରିମେକ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍, ଭୂମି ପେଡେନେକର୍ , ଅନନ୍ୟା ପାଣ୍ଡେ ଏବଂ ଅପାର ଶକ୍ତି ଖୁରାନା ମୁଖ୍ୟ ଭୂମିକାରେ ଅଛନ୍ତି। ଏଥିରେ ହାସ୍ୟରସକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଥିବା କୁହାଯାଉଛି। ମୁଦାସର୍ ଅଜିଜ୍ ‘ପତି ପତ୍ନୀ ଔର୍ ଓ୍ୱ’ର ନିର୍ଦ୍ଦେଶକ।  ଏହି ଦୁଇଟି ସିନେମାର କାହାଣୀ ଭିନ୍ନ ଧରଣର । ତେବେ କାହାକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

By amfnews

Related Post