Thu. Jun 25th, 2026

ଆଜି ମହା ବିଷୁବ ସଂକ୍ରାନ୍ତି,ଓଡ଼ିଆ ନବ ବର୍ଷର ଶୁଭେଛା ଜଣାଇଲେ ମୋଦୀ

369 Views

ନୂଆଦିଲ୍ଲୀ, ଏପ୍ରିଲ 14 : ଆଜି ମହା ବିଷୁବ ସଂକ୍ରାନ୍ତି। ଓଡ଼ିଆ ନବ ବର୍ଷ। ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତି ଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ। ଏହା ସୌର ବୈଶାଖର ପ୍ରଥମ ଦିବସ। ଏହି ଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରେ ଏକ ଗ୍ରୀଟିଂ ମାଧ୍ୟମରେ ଶୁଭେଛା ଜଣାଇଛନ୍ତି, “ଓଡ଼ିଆ ନବବର୍ଷ ଏବଂ ମହା ବିଷୁବ ଏବଂ ପଣା ସଂକ୍ରାନ୍ତି ଅବସରରେ ଓଡ଼ିଶାର ଜନ ସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା”

“ନୂଆ ବର୍ଷରେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେଉ, ଏହାହିଁ ମୋର ପ୍ରାର୍ଥନା। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏଭଂ ସୁଖ ସମୃଦ୍ଧି କାମନା କରୁଛି।”

By amfnews

Related Post