Sun. Oct 4th, 2026

ଆଜି ବି ଘନ କୁହୁଡ଼ି; ପ୍ରଭାବିତ ହେଲା ଜୀବନଯାତ୍ରା

178 Views

ଭୁବନେଶ୍ୱର  :  ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ବ୍ରହ୍ମପୁର ଓ ବାଲେଶ୍ୱରରେ ପ୍ରବଳ କୁହୁଡ଼ି ହୋଇଛି। କୁହୁଡ଼ିର ପରିମାଣ ଏତେ ଅଧିକ ରହିଛି ଯେ ଏହାଦ୍ୱାରା ଗାଡ଼ି ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି।

ଶ୍ରୀକ୍ଷେତ୍ରରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ଜୀବନଯାତ୍ରା ପ୍ରଭାବିତ ହେବା ସହ ଶ୍ରଦ୍ଧାଳୁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଘନ କୁହୁଡିର ଆସ୍ତରଣ ଭିତରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ  ଲୁଚି ଯାଇଥିବା ବେଳେ ନୀଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଛନ୍ତି ହଜାର ହଜାର ଭକ୍ତ।

By amfnews

Related Post