Mon. Aug 17th, 2026

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ

271 Views

ନୂଆଦିଲ୍ଲୀ  : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ। ଏହି ଅବସରରେ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି। ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶାରେ ମଧ୍ୟ ସେବା ସପ୍ତାହ  ପାଳିତ ହେଉଛି।

ଆଜି ପ୍ରଧାନମନ୍ତ୍ରୀ ନିଜ ଘର ଗୁଜରାଟର ଅହମ୍ମଦାବାଦ ଯିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ମାଆ ହୀରାବେନଙ୍କଠାରୁ ଆଶୀର୍ବାଦ ନେବେ। ତା’ପରେ ନର୍ମଦା ଜିଲ୍ଲାର କାଭାଡିଆ ଯାଇ ସେଠାରେ ଏକ ରାଲିକୁ ସମ୍ବୋଧନ କରିବେ। ଏଥିସହ ସର୍ଦ୍ଦାର ସରୋବର ଡ୍ୟାମର ଏକ ପ୍ରକଳ୍ପର ବି ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଗତକାଲି ସୁରତରେ ମୋଦିଙ୍କ ଜନ୍ମ ଦିନ ବଡଧରଣର ଆୟୋଜନ କରାଯାଇଥିଲା। କେକ୍ କଟାଯିବା ସହ ଆତସବାଜିର ଆୟୋଜନ ହୋଇଥିଲା। ପ୍ରାୟ ୭୦କେଜି ଓଜନର କେକ୍‌କୁ ଗରିବ ପିଲାମାନେ କାଟି ମୋଦିଙ୍କ ଜନ୍ମଦିନ ପାଳନ କରିଥିଲେ। ୧୯୫୦ ମସିହାର ଆଜିର ଦିନରେ ନରେନ୍ଦ୍ର ମୋଦି ଜନ୍ମଗ୍ରହଣ କରିଥିଲେ।

By amfnews

Related Post