Fri. Oct 2nd, 2026

ଆଜି ନାଗରିକତା ଆଇନ ବିପକ୍ଷରେ ୫୯ଟି ପିଟିସନ୍‌ର ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ

347 Views

ନୂଆଦିଲ୍ଲୀ: ନାଗରିକତା ଆଇନକୁ ଚାଲେଞ୍ଜ୍‌ କରି ଦାଏର କରାଯାଇଥିବା ପ୍ରାୟ ୫୯ଟି ପିଟିସନ୍‌ର ଆଜି ସୁପ୍ରିମ୍‌ କୋର୍ଟ ଶୁଣାଣି କରିବେ। ଏହି ପିଟିସନ୍‌ ଦାଏରକାରୀଙ୍କ ମଧ୍ୟରୁ କେତେକ ହେଉଛନ୍ତି-  କଂଗ୍ରେସ ନେତା ଜୟରାମ ରମେଶ, ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍‌ ମୁସ୍‌ଲିମ୍‌ର ମୁଖ୍ୟ ଅସାଦୁଦ୍ଦିନ୍‌ ଓଓ୍ଵାଇସି, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର, ରାଷ୍ଟ୍ରୀୟ ଜନତା ଦଳ, ଜମିଆତ୍‌ ଉଲେମା-ଏ-ହିନ୍ଦ୍‌, ତ୍ରିପୁରାର ପୂର୍ବତନ ଶାସକ ଉତ୍ତରାଧିକାରୀ ପ୍ରଦ୍ୟୋତ କିଶୋର ଦେବ ବର୍ମନ, ଇଣ୍ଡିଆନ୍‌ ୟୁନିୟନ ମୁସ୍‌ଲିମ୍‌ ଲିଗ୍‌, ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ ଏବଂ ଅନ୍ୟମାନେ।

ଭାରତର ପ୍ରଧାନ ବିଚାରପତି ଏସ୍‌. ଏ. ବୋବଡ଼େ, ବିଚାରପତି ବିଆର୍‌ ଗାଓ୍ଵାଇ ଏବଂ ସୂର୍ଯ୍ୟକାନ୍ତଙ୍କ ତିନିଜଣିଆ ଖଣ୍ଡପୀଠ ଏହି ପିଟିସନ୍‌ ଏବଂ ପଡ଼ିରହିଥିବା ଅନ୍ୟାନ୍ୟ ମାମଲାର ଶୁଣାଣି କରିବେ।

ଧାର୍ମିକ ନିର୍ଯାତନାରେ ସରବ୍ୟ ହୋଇ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ପଳାୟନ କରି ୨୦୧୪ ମସିହା, ଡିସେମ୍ବର ୩୧ ଦିନ କିଂବା ପୂର୍ବରୁ ଭାରତକୁ ପ୍ରବେଶ କରିଥିବା ହିନ୍ଦୁ, ଖ୍ରୀଷ୍ଟିଆନ୍‌, ଶିଖ୍‌, ବୌଦ୍ଧ ଏବଂ ପାର୍ସୀ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ନାଗରିକତା ସଂଶୋଧନ ଆଇନ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବ। ଏହାକୁ ବିରୋଧ କରି ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

By amfnews

Related Post