Sat. Jun 13th, 2026

ଆଜି ଠାରୁ ୧୦୦ ଟଙ୍କା ଶସ୍ତାରେ ମିଳିବ ଅଣ-ରିହାତି ଏଲ୍‌ପିଜି ସିଲିଣ୍ଡର୍‌

232 Views

ନୂଆଦିଲ୍ଲୀ : ଜୁଲାଇ ୧ ତାରିଖ, ସୋମବାର ଠାରୁ ଘରୋଇ ବ୍ୟବହାର ନିମନ୍ତେ ମିଳୁଥିବା ଅଣ-ରିହାତି ଏଲ୍‌ପିଜି ସିଲିଣ୍ଡର୍‌ ଟ. ୧୦୦. ୫୦ ଶସ୍ତା ହେବ ବୋଲି ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଜଣାଇଛି। ଅର୍ଥାତ୍‌ ଆଜି ଠାରୁ ପ୍ରତି ଅଣ-ରିହାତି ଏଲ୍‌ପିଜି ସିଲିଣ୍ଡର୍‌ର ମୂଲ୍ୟ ହେବ ୬୩୭ ଟଙ୍କା।
ପୂର୍ବରୁ ଘରୋଇ ବ୍ୟବହାର ପାଇଁ ଅଣ-ରିହାତି ଏଲ୍‌ପିଜି ସିଲିଣ୍ଡର୍‌ର ମୂଲ୍ୟ ଥିଲା ଟ. ୭୩୭. ୫୦।

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ପ୍ରେସ୍‌ ରିଲିଜ୍‌ରେ କହିଛି ଯେ ଆନ୍ତର୍ଜାତିକ ବଜାରରେ ଦର ହ୍ରାସ ଏବଂ ଡଲାର-ଟଙ୍କାର ସମୁଚ୍ଚିତ ବିନିମୟ ମୂଲ୍ୟ ଯୋଗୁଁ ଏଲ୍‌ପିଜି ଦର କମାଇବା ଲାଗି ନିଷ୍ପତ୍ତି ନିଆଯାଇଛି।

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଏକ ବିବୃତିରେ କହିଛି: ଜୁଲାଇ ୧ ତାରିଖ ଠାରୁ ଦିଲ୍ଲୀରେ ଅଣ-ରିହାତି ଏଲ୍‌ପିଜି ସିଲିଣ୍ଡର୍‌ ଟ. ୧୦୦. ୫୦ ମିଳିବ। ସଂଶୋଧିତ ମୂଲ୍ୟ ହିସାବରେ ଜୁଲାଇ ମାସରେ ରିହାତି ଏଲ୍‌ପିଜି ସିଲିଣ୍ଡର୍‌ର ମୂଲ୍ୟ ରହିବ ଟ. ୪୯୪. ୩୫। ସିଲିଣ୍ଡର୍‌ ପିଛା ବାକି ଟ. ୧୪୨. ୬୫ କେନ୍ଦ୍ର ସରକାର ବହନ କରିବେ ଏବଂ ତାହା ଗ୍ରାହକଙ୍କ ବ୍ୟାଙ୍କ୍‌ ଖାତାରେ ଜମା ହେବ।

By amfnews

Related Post