Sat. May 16th, 2026

ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

231 Views

ଭୁବନେଶ୍ୱର : ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଦୈନିକ ଓଡ଼ିଆ ଖବର କାଗଜ ‘ସମାଜ’ର ଶତବାର୍ଷିକୀ ସମାରୋହରେ ଯୋଗଦେବେ। ଏଥିପାଇଁ କଟକ ସ୍ଥିତ ଜବାହାଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି। ଆଜି ଅପରାହ୍ଣ ୩ଟା ୫୦ ମିନିଟ୍‌ରେ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବାର ଅଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

ଏଥିସହ ଭୁବନେଶ୍ୱରରେ ଚାଲିଥିବା ‘ବିଶ୍ୱ କବି ମହାକୁମ୍ଭ’ରେ ମଧ୍ୟ ଉପରାଷ୍ଟ୍ରପତି ଯୋଗଦେବାର ଅଛି।  ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ପ୍ରଥମେ ବିଶ୍ୱ କବି ମହାକୁମ୍ଭରେ ଯୋଗଦେବେ।  ପରେ ଅପରାହ୍ନ ୩ଟା ୧୦ରେ ରାଜଭବନରୁ କଟକ ଅଭିମୁଖେ ଯିବେ। ସନ୍ଧ୍ୟା ୫ଟା ୫୦ରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରୁ ଦିଲ୍ଲୀ ଫେରିଯିବେ। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଉପରାଷ୍ଟ୍ରପତି କଟକ ଆସିବା ରୁଟ୍‌ରେ ଗତକାଲି କାରକେଡ୍ ରିହର୍ସାଲ କରାଯାଇଛି।

By amfnews

Related Post