Thu. Jul 30th, 2026

ଆଜି ଇସ୍ତଫା ଦେବେ ଡିଜିପି ! ନୂଆ ଦାୟିତ୍ୱ ପାଇଁ ପ୍ରକ୍ରିୟା ଆରମ୍ଭ

188 Views

ଭୁବନେଶ୍ୱର  : ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆର.ପି. ଶର୍ମାଙ୍କ ନାଁକୁ ଚୟନ କମିଟି ସୁପାରିସ କରିଥିଲେ। ଚୟନ କମିଟିର ଏହି ସୁପାରିସକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗ୍ରହଣ କରିଥିବା ସୂଚନା ମିଳିଛି।

ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ହୋଇଥିବାରୁ ରାଜ୍ୟର ପୁଲିସ୍ ଡିଜି ବଦଳିବେ। ଖୁବ୍ ଶୀଘ୍ର ରାଜ୍ୟରେ ନୂଆ ଡିଜିପି ନିଯୁକ୍ତ କରାଯିବ। ଆଜି ଆର.ପି ଶର୍ମା ଡିଜିପି ପଦରୁ ଇସ୍ତଫା ଦେଇପାରନ୍ତି। ତେବେ ରାଜ୍ୟରେ ପରବର୍ତ୍ତୀ  ଡିଜିପି କିଏ ହେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଆର.ପି. ଶର୍ମା ସ୍ୱେଚ୍ଛାକୃତ ଡିଜିପିପଦରୁ  ଅବସର ନେବାପାଇଁ  ଆବେଦନ କରିଥିଲେ। ତାଙ୍କର ଏହି ଆବେଦନ ବିଚାରାଧୀନ ରହିଥିବା ସୂଚନା ମିଳିଛି।

By amfnews

Related Post