Sun. Sep 6th, 2026
249 Views

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି।

ଅପରାହ୍ନ ୩.୩୦ରେ ରାୟପୁରରୁ ଉଡ଼ାଣ ଆରମ୍ଭ କରି ଏହି ବିମାନ ୪.୫୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ ସଂଧ୍ୟା ୫.୨୦ରେ ଛାଡ଼ି ରାତି ୮.୨୦ରେ ଦିଲ୍ଲୀରେ ପହଞ୍ଚିବ। ପରବର୍ତ୍ତୀ ସମୟରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ ଏହି କାର୍ଗୋ ବିମାନ। ଦେଶରେ ଲକ୍ ଡାଉନ୍ ପାଇଁ ଗତ ୨୨ ତାରିଖରୁ ଅନ୍ୟ ବିମାନ ସେବା ବନ୍ଦ ରହିଛି।

By amfnews

Related Post