Sun. Jul 26th, 2026

ଆଖି ବୁଜିଲେ ପୂର୍ବତନ ବିଧାୟକ ସାହୁରା ମଲ୍ଲିକ

216 Views

ବାଲିଗୁଡ଼ା : ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିବା ବାଲିଗୁଡ଼ାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକ ଆଜି ଆଖି ବୁଜିଛନ୍ତି।   ଭୋର ୪ଟା ୧୫ମିନିଟ୍‌ରେ ବାଲିଗୁଡ଼ା ମେଡ଼ିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରୁ ସାହୁରା ମଲ୍ଲିକ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ଗତ ୧୯୭୪ ମସିହା, ୧୯୮୦ ମସିହା ଓ ୧୯୯୫ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ ସେ ଜଣେ ଲୋକପ୍ରିୟ ନେତା ଥିଲେ।

ପରଲୋକ ଖବର ପ୍ରଚାରିତ ହେବା ପରେ କଂଗ୍ରେସ କର୍ମୀ ଓ ବାଲିଗୁଡ଼ା ଜନସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ସାହୁରା ମଲ୍ଲିକଙ୍କ ସୁଡ୍ରାସ୍ଥିତ ବାସଭବନରେ ପହଞ୍ଚି ବହୁ ଲୋକ ତାଙ୍କ ଶେଷ ଦର୍ଶନ କରୁଛନ୍ତି।

By amfnews

Related Post