Sun. Aug 16th, 2026

ଆକାଶ ଛୁଆଁ ହେଲା ସୁନା ମୂଲ୍ୟ

183 Views

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସୁନା ଦର ୩୫ ହଜାର ଟଙ୍କାରୁ ଅଧିକ ହୋଇଛି। ୧୦ ଗ୍ରାମ ସୁନାର ମୂଲ୍ୟ ୩୫ ହଜାର ୪୦ ଟଙ୍କା ହୋଇଥିବାବେଳେ ଏକ କିଲୋ ରୁପାର ଦାମ୍ ୪୪ ହଜାର ଟଙ୍କା ରହିଛି । ଆନ୍ତର୍ଜାତିକ ସ୍ତରଠାରୁ ଆରମ୍ଭ କରି ଉଭୟ ଜାତୀୟ ଓ ରାଜ୍ୟ ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ତରରେ ସୁନା ମହଙ୍ଗା ହୋଇଛି। ଦିଲ୍ଲୀରେ ସୁନା ଦାମ୍ ୩୬ ହଜାର ଟଙ୍କା ନିକଟତର ହୋଇଛି।

ବର୍ତ୍ତମାନ ସେଠାରେ ସୁନାର ଦାମ ୧୦ ଗ୍ରାମ ପିଛା ୩୫,୯୭୦ ଟଙ୍କାରେ ପହଞ୍ଚିଯାଇଛି। ରୁପାର କିଲୋ ପ୍ରତି ଦର ୪୧,୯୬୦ ଟଙ୍କା ହୋଇଛି। ଗହଣା ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ବିବାହ ଋତୁର ଚାହିଦା ପୂରଣ କରିବା ପାଇଁ ଏବେଠାରୁ ବିପୁଳ ପରିମାଣର ସୁନା କିଣୁଛନ୍ତି। ସେଥିପାଇଁ ସ୍ଥାନୀୟ ବଜାରରେ ସୁନା ମହଙ୍ଗା ହୋଇଛି। ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନାର ଆଉନ୍ସ ପିଛା ଦର ୧୪୨୫ ଡଲାର ରହିଥିବାବେଳେ ରୁପାର ଦର ୧୬.୪୦ ଡଲାର ରହିଛି।

ଶିଳ୍ପ ସଂସ୍ଥା ଓ ମୁଦ୍ରା ନିର୍ମାତାମାନେ ଅଧିକ ରୁପା କିଣୁଥିବାରୁ ତାହାର ଦର ବଢ଼ୁଛି ବୋଲି କୁହାଯାଉଛି। କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ସୁନା ଉପରେ ଆମଦାନି ଶୁଳ୍କକୁ ୧୦%ରୁ ବଢ଼ାଇ ୧୨.୫% କରିଦେଇଥିଲେ। ସୁନା ଦରରେ ହେଉଥିବା ବୃଦ୍ଧିର ଏହା ଆଉ ଏକ କାରଣ ବୋଲି କୁହାଯାଉଛି।

By amfnews

Related Post