Wed. Sep 9th, 2026

ଆଇନର ଶାସନ’ ଶୀର୍ଷକ ଆଲୋଚନାଚକ୍ର

290 Views

ରାଉରକେଲା, ୨୫ା୧୨ : ଉଦିତନଗରସ୍ଥିତ ଆଇଟିଡିଏ ହଲ୍ ଠାରେ ଭାରତୀୟ ଆଇନଜୀବୀ ସଂଘ ପକ୍ଷରୁ ଆଇନର ଶାସନ’ ଶୀର୍ଷକ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ରାଉରକେଲା ଶାଖା ସଭାପତି ତଥା ବରିଷ୍ଠ ଆଇନଜୀବୀ ମହମ୍ମଦ ରଫିକ୍ଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ସୁପ୍ରିମକୋର୍ଟ ଆଇନଜୀବୀ ଡ. ଅନୀଳିତା ପୂଜାରୀ, ଡ. ପ୍ରଭାତ ମଲ୍ଲିକ, ଶୁଭଶ୍ରୀ ହୋତା, ପଶୁପତିନାଥ ଚାଟାର୍ଜୀ, ସୌଦାମିନୀ ଜେନା, ଚକ୍ରଭାନୁ ଦାଶ ପ୍ରମୁଖ ଯୋଗ ଦେଇ ଦେଶର ସାମ୍ବିଧାନିକ ବ୍ୟବସ୍ଥାରେ ସଙ୍କଟ ଦେଖାଦେଇଛି ଯାହାକି ବିଗତ ୭୦ ବର୍ଷ ମଧ୍ୟରେ ଏଭଳି ପରିସ୍ଥିତି ଦେଖା ଯାଇନଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାୟକୁ ସମ୍ମାନଦେବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ପ୍ରାରମ୍ଭରେ ସଂଘ ଆବାହକ ସଦାନନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଉରକେଲା ଓକିଲ ସଂଘର ସଭାପତି ରମେଶ ବଳ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାହୁ, ସହ ସମ୍ପାଦକ ଦେବାନନ୍ଦ ତନ୍ତୀ, ଅନସୂୟା ପଣ୍ଡା, ସୌଦାମିନୀ ଜେନାଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଡ.ଅନୀଳିତା ପୂଜାରୀଙ୍କୁ ସର୍ବଭାରତୀୟ ସ୍ତରରେ ଆଇନଜୀବୀମାନଙ୍କ ନେତୃତ୍ୱ ନେଉଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଜୟ ପ୍ରସାଦ, ସ୍ୱାଗତିକା ମହାନ୍ତି, ଯଶ୍ମିତା ପ୍ରଧାନ, ମାନସ ମହାପାତ୍ର, ଦୁର୍ଗା ପ୍ରସାଦ ବାଗ, ବୀଣାପାଣି ମାଝି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

By amfnews

Related Post