Sat. Sep 5th, 2026

ଆଇଏସ୍‌ଆଇଏସ୍‌ ସହ ସମ୍ପୃକ୍ତ ତରୁଣଙ୍କ ସମେତ ୯ ଗିରଫ

238 Views

ନୂଆଦିଲ୍ଲୀ, ଜାନୁଆରୀ ୨୩ : ଆଇଏସ୍‌ଆଇଏସ୍‌ ସହ ସମ୍ପୃକ୍ତ ବୋଲି କୁହାଯାଉଥିବା ଜଣେ ତରୁଣଙ୍କ ସମେତ ୯ ଜଣଙ୍କୁ ମଙ୍ଗଳବାର ଦିନ ମହାରାଷ୍ଟ୍ରର ମୁଂବ୍‌ରା, ଥାଣେ ଏବଂ ଔରଙ୍ଗାବାଦରୁ ଗିରଫ କରାଯାଇଛି। ସମସ୍ତେ ଆଇଏସ୍‌ଆଇଏସ୍‌ ଆତଙ୍କ ସଙ୍ଗଠନ ସହ ସମ୍ପୃକ୍ତ ଥିବା କଥା ମହାରାଷ୍ଟ୍ର ଆଣ୍ଟି-ଟେରର୍‌ ସ୍କ୍ଵାଡ୍‌ (ଏଟିଏସ୍‌) କହିଛି।

ସାଧାରଣତନ୍ତ୍ର ଦିବସ ପୂର୍ବରୁ ନିଷ୍କ୍ରିୟ ସଂଗଠନ ସଂକ୍ରାନ୍ତରେ ଏଟିଏସ୍‌ ତଦନ୍ତ ଚାଲିଥିବା ସମୟରେ ଗିରଫଦାରି ହୋଇଛି।

ଏମାନେ ଆନ୍ତର୍ଜାତିକ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ସମ୍ପର୍କ ରଖିଥିବା କଥା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇବା ପରେ ଗତ କେତେ ସପ୍ତାହ ହେବ ମହାରାଷ୍ଟ୍ରର ଏଟିଏସ୍‌ ସନ୍ଦିଗ୍ଧମାନଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ସଂକ୍ରାନ୍ତରେ ସୂଚନା ଯୋଗାଡ଼ କରିଥିଲା।

ଉକ୍ତ ଦଳ ଆତଙ୍କ କାର୍ଯ୍ୟକଳାପ ଚଳାଇବାର ଆଶଙ୍କା ଅଛି ବୋଲି ଜଣାପଡ଼ିବା ପରେ ଜାନୁଆରି ୨୧ ତାରିଖ ରାତି ଓ ୨୨ ତାରିଖ ସକାଳ ଯାଏଁ ଏଏସ୍‌ଟି ପ୍ରାୟ ୧୨ଟି ଟିମ୍‌ କରି ଏକକାଳୀନ ମୁଂବ୍‌ରା, ଥାଣେ ଏବଂ ଔରଙ୍ଗାବାଦର ପୃଥକ୍‌ ୫ଟି ସ୍ଥାନରେ ତଲାସ ଘେରାଉ କରିଥିଲେ।

By amfnews

Related Post