Thu. Jun 11th, 2026

ଆଇଏସ୍‌ ବିରୋଧରେ ବିଜୟୀ ହୋଇଥିବା କହି ସିରିଆରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲା ଯୁକ୍ତରାଷ୍ଟ୍ର ଆମେରିକା

327 Views

ଆମେରିକା ଆଞ୍ଚଳିକ ଖଲିଫାରାଜ ଉପରେ ବିଜୟୀ ହୋଇଥିବା ଦାବି କରି ବୁଧବାର ଦିନ ଏକ ବିବୃତିରେ ହ୍ଵାଇଟ୍‌ ହାଉସ୍‌ର ମୁଖପାତ୍ର ସାରା ସାଣ୍ଡର୍ସ କହିଛନ୍ତି: ଆମେ ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟକୁ ଯିବା ସହ ଆମେରିକା ଫେରିବା ଆରମ୍ଭ କରିଛୁ।

ଅଭିଯାନାର ନିରବଚ୍ଛିନ୍ନତା ଉପରେ ଗୁରୁତ୍ୱାରୋପ କରିବାସ ଯୁକ୍ତରାଷ୍ଟ୍ର ଆମେରିକା ସେନା ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରି ସାରିଛି ବୋଲି କହି, ପରେ ପେଣ୍ଟାଗନ୍‌ ମଧ୍ୟ ହ୍ଵାଇଟ୍‌ ହାଉସ୍‌ର ଦାବିକୁ ଦୋହରାଇଛି।

ପେଣ୍ଟାଗନ୍‌ ମୁଖପାତ୍ରୀ ଡାନା ହ୍ଵାଇଟ୍‌ ଟୁଇଟ୍‌ କରି କହିଛନ୍ତି: ସହଯୋଗୀତା ଆଇଏସ୍‌-ଅଧିକୃତ ଅଞ୍ଚଳକୁ ସ୍ୱାଧୀନ କରିଛି, କିନ୍ତୁ ଆଇଏସ୍‌ ବିରୋଧରେ ଅଭିଯାନ ସରିନାହିଁ।

୨୪ ଘଣ୍ଟା ମଧ୍ୟରେ ସମସ୍ତ ୟୁଏସ୍‌ ଷ୍ଟେଟ୍‌ ଡିପାର୍ଟମେଣ୍ଟ୍‌ ପର୍ସୋନେଲ୍‌ଙ୍କୁ ସିରିଆରୁ ପ୍ରତ୍ୟାହାର କରି ନିଆଯିବ। ଯୁଦ୍ଧ ବିକ୍ଷତ ଏଇ ଆରବ ଦେଶରୁ ସୈନ୍ୟ ପ୍ରତ୍ୟାହାର ନିମନ୍ତେ ୬୦ ରୁ ୧୦୦ ଦିନ ଲାଗି ପାରେ ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି।

By amfnews

Related Post