Fri. Aug 14th, 2026

ଆଇଏନ୍‌ଏକ୍ସ୍‍ ମିଡିଆ ମାମଲାରେ ଜାମିନ୍‌ ପାଇଁ ସୁପ୍ରିମ୍‌ କୋର୍ଟରେ ଆବେଦନ କଲେ ପି ଚିଦମ୍ବରମ୍‌

314 Views

ନୂଆଦିଲ୍ଲୀ  : ସିବିଆଇର ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହୋଇ ଚାରି ସପ୍ତାହ ହେବ ତିହାର୍‌ ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ଜାମିନ୍‌ ନିମନ୍ତେ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବା ସହ ମାମଲାର ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଛନ୍ତି।

ଜଷ୍ଟିସ୍‌ ଏନ୍‌ଭି ରମନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠକୁ ବରିଷ୍ଠ ଓକିଲ କପିଳ ସିବଲ କହିଛନ୍ତି ସମ୍ଭବ ହେଲେ ଦଶହରା ପୂର୍ବରୁ ମାମଲାର ଶୁଣାଣି କରାଯାଉ। ସୁପ୍ରିମ୍‌ କୋର୍ଟ ଚିଦାମ୍ବରମ୍‌ଙ୍କ ଓକିଲ ଟିମ୍‌କୁ କହିଛନ୍ତି ଯେ ଜରୁରୀ ଶୁଣାଣି ଲାଗି କରାଯାଇଥିବା ଅନୁରୋଧ କଥା ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନିର୍ଦ୍ଧାରଣ କରିବେ।

ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ପଦବୀରେ ରହିଥିବା ୭୪ ବର୍ଷିୟ କଂଗ୍ରେସ ନେତା ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସାକ୍ଷୀମାନଙ୍କୁ ପ୍ରଭାବିତ କରି ପାରନ୍ତି ଦର୍ଶାଇ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ରଦ୍ଦ କରି ଦେବାର କିଛି ଦିନ ପରେ ଚିଦମ୍ବରମ୍‌ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

By amfnews

Related Post