Thu. Sep 3rd, 2026

ଆଇଏନ୍‌ଏକ୍ସ ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଗିରଫ

307 Views

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନ୍‌ଏକ୍ସ ଦୁର୍ନୀତି ମାମଲାରେ ସିବିଆଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମକୁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗିରଫ କରିଛି। ସିବିଆଇ ବହୁ ସମୟଧରି ପଚାରାଉଚରା କରିବା ପରେ ପି. ଚିଦାମ୍ବରମଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଚିଦାମ୍ବରମ ଗିରଫ ହେବାର ଅଳ୍ପ ସମୟ ପରେ ସିବିଆଇ ମୁଖ୍ୟ ମଧ୍ୟ ପହଞ୍ଚିଛନ୍ତି।

Embedded video

ଫେରାର ଥିବା ଅଭିଯୋଗକୁ ସେ ଖଣ୍ଡନ କରି ସେ କହିଛନ୍ତି ଯେ ସେ ଆଇନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ, ଅଭିଷେକ ମନୁସିଂଘଭୀ, ସଲମାନ ଖୁର୍ସିଦ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ସିବିଆଇର ଏକ ଦଳ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିଛି ।

By amfnews

Related Post