Fri. Apr 24th, 2026

ଅଷ୍ଟମ ଶ୍ରେଣୀ ଇଂରାଜୀ ବହିରୁ ପାରାଏ ପଢ଼ି ନ ପାରି ଦୁଇ ଶିକ୍ଷୟିତ୍ରୀ ନିଲମ୍ବିତ

252 Views

କାନପୁର: ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦେବେନ୍ଦ୍ର ପାଣ୍ଡେଙ୍କ ସାମ୍ନାରେ ଶନିବାର ସକାଳେ ଗୋଟାଏ ଅଷ୍ଟମ ଶ୍ରେଣୀ ଇଂରାଜୀ ପାଠ୍ୟ ପୁସ୍ତକରୁ ପାରାଏ ପଢ଼ି ନ ପାରିବା କାରଣରୁ ଉନ୍ନାଓସ୍ଥିତ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ବରିଷ୍ଠ ଏବଂ ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି।

ପାରାଏ ପଢ଼ିବାକୁ କହିବାରୁ ଉଭୟ ଶିକ୍ଷକ ଏବଂ ସେମାନେ ପଢ଼ାଉଥିବା ପିଲାଏ ପଢ଼ି ନ ପାରିବାରୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଆବାକାବା ହୋଇ ଯାଇଥିଲେ। ସେ କହିଛନ୍ତି: ମୌଳିକ ଶିକ୍ଷା ଅଧିକାରୀଙ୍କୁ ମୁଁ କୈଫିୟତ୍‌ ମାଗିଛି।

File Photo Source: HT

ମୌଳିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାଣ୍ଡେ ବରିଷ୍ଠ ଶିକ୍ଷୟିତ୍ରୀ ସୁଶୀଳା ଏବଂ ସହକାରୀ ଶିକ୍ଷୟିତ୍ରୀ ରାଜକୁମାରୀଙ୍କୁ ନିଲମ୍ବନ କରିଛନ୍ତି।
ଉନ୍ନାଓରୁ ଫେରୁଥିବା ବେଳେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ଉନ୍ନାଓ ଏସ୍‌ପି ଏମ୍‌ପି ବର୍ମା ଚୌରାସ୍ଥିତ ଉଚ୍ଚମାଧ୍ୟମିକ ସ୍କୁଲ୍‌କୁ ଯାଇଥିଲେ। ସେମାନେ ଦୁଇଜଣ ଶିକ୍ଷକଙ୍କୁ ଭେଟି କେତୋଟି ପ୍ରଶ୍ନ ପଚାରି ଥିଲେ ଯାହାର ଉତ୍ତର ଦେବାରେ ସେ ଦୁହେଁ ବିଫଳ ହୋଇଥିଲେ।

ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଥିଲେ: ସେମାନେ ତୁରନ୍ତ ନିଲମ୍ବିତ ହେବା ଯୋଗ୍ୟା। ମୁଁ ସେମାନଙ୍କୁ ପାରାଏ ପଢ଼ିବାକୁ କହିଥିଲି, ଅନୁବାଦ କରିବାକୁ ନୁହେଁ। ଆପଣମାନେ ପଢ଼ି ପାରୁ ନାହାନ୍ତି। ଆପଣମାନେ ସ୍ନାତକ ଏବଂ ବିଟିସି କୋର୍ସ କରିଛନ୍ତି।

ମୌଳିକ ଶିକ୍ଷା ଅଧିକାରୀ କହିଛନ୍ତି ଯେ ନିଲମ୍ବିତ ଶିକ୍ଷୟିତ୍ରୀମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।

By amfnews

Related Post