Wed. Jul 15th, 2026

ଅଲ୍‌ କାଏଦାକୁ ପାଣ୍ଠି ଯୋଗାଉଛନ୍ତି ବ୍ରି‌ଟେନ୍‌ର ଟିକସ ଠକ ଦଳ

405 Views

ଲଣ୍ଡନ 1st April 2019: ‌ବିଟ୍ରେନର ଟିକସଦାତାଙ୍କ ଅର୍ଥକୁ ପାକିସ୍ତାନ ଏବଂ ଆଫଗାନିସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ବିନିଯୋଗ କରାଯାଉଛି। ବ୍ରିଟେନରେ ରହୁଥିବା ଏସିଆର ଏକ ଠକ ଦଳ ଏହି କାର୍ଯ୍ୟ ଚଳାଇଛନ୍ତି। ପୁଲିସ ଏବଂ ଗୁଇନ୍ଦା ତଥ୍ୟକୁ ଆଧାର କରି ବ୍ରିଟେନର ଏକ ଗଣମାଧ୍ୟମ ଏହି ଦାବି କରିଛି। ଠକ ଦଳ ଲଣ୍ଡନ, ବକିଂହାମସାୟାର, ବର୍ମିହାମ୍, ଉତ୍ତର ପଶ୍ଚିମ ଇଂଲଣ୍ଡ ଓ ସ୍କଟଲାଣ୍ଡରେ ରହୁଛନ୍ତି। ସେମାନେ ଚଳାଇଥିବା ଟିକସ ଠକେଇର ୧ ପ୍ରତିଶତ ଲାଭକୁ ପାକିସ୍ଥାନ ଏବଂ ଆଫଗାନିସ୍ଥାନରେ ଥିବା ଅଲ-କାଏଦା ସଂଗଠନକୁ ପଠାଇଛନ୍ତି। ଏହି ଅର୍ଥକୁ ମଦ୍ରାସା, ତାଲିମ ଶିବିର ପରିଚାଳନା ଏବଂ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ଖର୍ଚ୍ଚ କରାଯାଇଛି ବୋଲି ଦି ସଣ୍ଡେ ଟାଇମ୍ସ ପକ୍ଷରୁ କୁହାଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ଠକମାନେ ଟିକସ ଏବଂ କ୍ରେଡିଟ କାର୍ଡ ଆଦି ଠକେଇ ମାଧ୍ୟମରେ ପ୍ରାୟ ୮୦ ନିୟୁତ ପାଉଣ୍ଡ ହାତେଇବାରେ ସକ୍ଷମ ହୋଇଛନ୍ତି।

By amfnews

Related Post