Fri. Oct 16th, 2026
509 Views

ବାଙ୍କି : କଟକ ଜିଲ୍ଲା ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ମଧୁଆପଲ୍ଲୀ ରାସ୍ତାରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାଁ ଅର୍ଜୁନ ବଳିୟାର ସିଂ। ତାଙ୍କ ଘର ନୟାଗଡ଼ ଜିଲା ଫତେଗଡ ଥାନା ମଣିପୁରରେ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଅର୍ଜୁନଙ୍କୁ ନିଜ ଗାଁ ମଣିପୁରରୁ ଉଠାଇ ଆଣିଥିଲେ। ପରେ ମଧୁଆପଲ୍ଲୀ ନିକଟ ବରଡାଳିଆ ରାସ୍ତାରେ ମୁଣ୍ଡକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅର୍ଜୁନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି କଳାପଥର ଡାକ୍ତରଖାନାରେ ଭର୍ତ୍ତି କରିଥିଲା।  ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୂର୍ବ ଶତ୍ରୁତାରୁ ଅଜୁର୍ନଙ୍କୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post