Tue. Sep 29th, 2026

ଅଯୋଧ୍ୟା ଜମି ବିବାଦ ମାମଲା: ଅଗଷ୍ଟ ଦୁଇ ତାରିଖରେ ମୁକ୍ତ ଅଦାଲତରେ ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ

214 Views

ନୂଆଦିଲ୍ଲୀ  :   ଅଗଷ୍ଟ ୨ ତାରିଖ ଦିନ ମୁକ୍ତ ଅଦାଲତରେ ଅଯୋଧ୍ୟା ରାମ ଜନ୍ମଭୂମି ବାବ୍ରି ମସ୍‌ଜିଦ୍‌ ଜମି ଅଧିକାର ମାମଲାର ଶୁଣାଣି କରାଯିବ ବୋଲି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି। ତିନି ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥତା ପାନେଲ୍‌ ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ଜମି ଅଧିକାର ବିବାଦର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପରେ ଅଦାଲତ ଏ କଥା କହିଛନ୍ତି।

ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଲେ, ଏବେ ଆମେ ଶୁଣାଣି ପାଇଁ ଅଗଷ୍ଟ ୨ ତାରିଖକୁ ଦିନ ଧାର୍ଯ୍ୟ କରୁଛୁ। ମଧ୍ୟସ୍ଥତା କମିଟିକୁ ଆମେ ଅନୁରୋଧ କରୁଛୁ କି, ଜୁଲାଇ ୩୧ ତାରିଖ ସୁଦ୍ଧା ସେମାନେ ବୈଠକ ଫଳାଫଳର ରିପୋର୍ଟ ଦାଖଲ କରନ୍ତୁ।

ଜୁଲାଇ ୧୧ ତାରିଖ ଶୁଣାଣିରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମଧ୍ୟସ୍ଥତାର ଅଗ୍ରଗତି ସମ୍ବନ୍ଧରେ ରିପୋର୍ଟ ମାଗିଥିଲେ। ପରେ ଅଦାଲତ କହିଥିଲେ ଯେ ଯଦି ମଧ୍ୟସ୍ଥତା ପ୍ରକ୍ରିୟା ଅଧିକ ବାଟ ଆଗେଇ ନ ଥିବ ବୋଲି ଅଦାଲତ ଅନୁଭବ କରିବେ ତେବେ ଜୁଲାଇ ୨୫ ତାରିଖ ଠାରୁ ଦୈନନ୍ଦିନ ଶୁଣାଣି ଆରମ୍ଭ କରିବେ।

By amfnews

Related Post