Thu. Jun 4th, 2026

ଅମିତାଭ ବଚ୍ଚନଙ୍କର ଭୟଙ୍କର ରୂପ ବି ସାମ୍ନାକୁ ଆସିବ !

580 Views

ମୁମ୍ବାଇ: ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ‘# ମି ଠୁ’ ଅଭିଯାନକୁ ସମର୍ଥନ ଜଣାଇ ଏକ ଟ୍ଵିଟ୍‌ ପୋଷ୍ଟ କରିଥିଲେ।ସେଥିରେ ସେ ଲେଖିଥିଲେ ଯେ, କୌଣସି ମହିଳାଙ୍କ ସହିତ ଦୁର୍ବ୍ୟବହାର କରାଯିବ ଭୁଲ ଓ ଅସଦାଚରଣକୁ ସେ ବିରୋଧ କରିଥା’ନ୍ତି। ବିଶେଷ କରି କର୍ମସ୍ଥଳୀରେ ଏଭଳି ବ୍ୟବହାରବିରୋଧରେ ମାମଲା ରୁଜୁ କରାଯିବା ଦରକାର ଓ ଆଇନର ଆଶ୍ରୟ ନେବା ଉଚିତ।

ଅମିତାଭ ବଚ୍ଚନ ଆହୁରି ମଧ୍ୟ ଲେଖିଛନ୍ତି ଯେ ମହିଳା ଶିଶୁ ଓ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ବିଶେଷ ସୁରକ୍ଷାର ଆବଶ୍ୟକତା ରହିଛି।
ଅମିତାଭ ବଚ୍ଚନଙ୍କର ଏହି ଟ୍ଵିଟ୍‌ ଉପରେ ଖୁବ୍‌ ପ୍ରତିକ୍ରିୟାଶୀଳା ହୋଇଛି ହେୟାର୍‌ ଷ୍ଟାଇଲିଷ୍ଟ୍‍ ତଥା‘ବିଗ୍‌ ବସ୍‌’ର ପୂର୍ବତନ ପ୍ରତିଯୋଗୀ ସପ୍‌ନା ଭବନାନୀ। ସେ ଟ୍ଵିଟ୍‌ କରି ଲେଖିଛନ୍ତି,‘ଏହା ଏଯାବତ୍‌’ର ସବୁଠାରୁ ବଡ଼ ମିଛ। ସାର୍‌! ପିଙ୍କ୍‌ ରିଲିଜ୍‌ ହୋଇସାରିଛି,ଆପଣଙ୍କର ଯେଉଁ ଆକ୍ଟିଭିଷ୍ଟ୍‍ ଇମେଜ୍‌ ଅଛି,ତାହା ବି ଯିବା ଉପରେ। ଖୁବ୍‌ଶୀଘ୍ର ସତ୍ୟ ସାମ୍ନାକୁ ଆସିବ। ଆଶା କରୁଛି କି ଆପଣ ଏବେ ନିଜର ହାତ ଚୋବାଉଥିବେ,କାରଣ ଏଥିପାଇଁ ନଖ କମ୍‌ ପଡିଯିବ


ଏଥିରେ ସନ୍ଦେହ ନାହିଁ ଯେ ବଲିଉଡରେ ‘# ମି ଠୁ’ ଅଭିଯାନ ଏକ ଭୟାନକ ରୂପ ନେଇଯାଇଛି। ଆଗକୁ ଦେଖିବା କଥା ସପ୍‌ନା ଭବନାନୀ ଅମିତାଭ ବଚ୍ଚନଙ୍କର କେଉଁ ରୂପ ସାମ୍ନାକୁ ଆଣୁଛନ୍ତି।

By amfnews

Related Post