Tue. May 26th, 2026

ଅଭିଯୁକ୍ତର ପ୍ରେମିକା ସହ ଗପୁଥିବା ୧୬ ବର୍ଷିୟ ବାଳକକୁ ପିଟି ପିଟି ହତ୍ୟା କଲେ ପ୍ରେମିକ ଓ ତା’ର ସାଙ୍ଗମାନେ

196 Views

କାନପୁର: ସ୍ଥାନୀୟ କିଡ୍‌ଓ୍ଵାଇ ନଗର ଠାରେ ଜଣକ ପ୍ରେମିକା ସହ ଗପିବା କାରଣରୁ ଜଣେ ବାଳକକୁ ଦଳେ ପିଲା ପିଟି ପିଟି ମାରି ଦେଇଥିବା କଥା ପୁଲିସ ଗୁରୁବାର ଦିନ କହିଛି।

ମୃତ ବାଳକ ଏକାଦଶ ଶ୍ରେଣୀର ଛାତ୍ର ଓ ତାଙ୍କୁ ବୁଧବାର ଦିନ ହତ୍ୟା କରାଯାଇଥିବା କଥା କିଡ୍‌ଓ୍ଵାଇ ନଗର ଥାନାର ଏସ୍‌ଏଚ୍‌ଓ ଅନୁରାଗ ମିଶ୍ର କହିଛନ୍ତି।

୧୬ ବର୍ଷିୟ ବାଳକଟିକୁ ତୁରନ୍ତ ଲାଲା ଲଜପତ ରାୟ ହସ୍‌ପିଟାଲ୍‌କୁ ନିଆ ଯାଇଥିଲା, କିନ୍ତୁ ଡାକ୍ତରମାନେ ତାକୁ ମୃତାବସ୍ଥାରେ ଅଣାଯାଇଥିବା କଥା ଘୋଷଣା କରିଥିଲେ।

ମୃତ ବାଳକଟି ହେଉଛି ପଡ଼ିଶା ଘର ଝିଅର ସାଙ୍ଗ। ସେ ବରାବର ସେ ଝିଅ ସହ ଗପସପ କରେ। ଏ କଥା ଝିଅର ପ୍ରେମିକ ବରଦାସ୍ତ କରି ପାରୁ ନ ଥିଲା। ଝିଅ ଠାରୁ ଦୂରେଇ ରହିବାକୁ ଅତୀତରେ ସେ ବହୁଥର ଉକ୍ତ ବାଳକକୁ ଚେତବନୀ ଦେଇଥିଲା।

ବୁଧବାର ସଞ୍ଜବେଳେ ସେ ପୁଣି ଝିଅ ସହ କଥାବାର୍ତ୍ତା କରୁଥିବାର ପ୍ରେମିକ ଦେଖିଥିଲା ଓ ତା’ର ବନ୍ଧୁମାନଙ୍କୁ ଡକାଇ ତାକୁ ଆକ୍ରମଣ କରିଥିଲା। ଫଳରେ ତା’ର ମୃତ୍ୟୁ ଘଟିଲା।

ଅଭିଯୁକ୍ତମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।

By amfnews

Related Post