Thu. May 21st, 2026

ଅଭିନେତାରୁ ରାଜନେତା ପାଲଟିଥିବା ରାଜବାବରଙ୍କ ବିରୋଧରେ ୧୯୯୬ର ଏକ ମାମଲାରେ ଗିରଫ ପରଓ୍ଵାନା ଜାରି

370 Views

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଅଭିନେତାରୁ ରାଜନେତା ପାଲଟିଥିବା ତଥା ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଦେଶ ମୁଖ୍ୟ ଥିବା ରାଜବାବରଙ୍କ ବିରୋଧରେ ଉତ୍ତରପ୍ରଦେଶର ଏକ ସ୍ୱତନ୍ତ୍ର ଅଦାଲତ ଆଜି (ବୁଧବାର) ଏକ ଗିରଫ ପରଓ୍ଵାନା ଜାରି କରିଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପ୍ରାୟ ଦୁଇ ଦଶନ୍ଧି ତଳେ ଅଭିନେତାରୁ ରାଜନେତା ସାଜି ଲୋକସଭାରେ ସାଂସଦ ଥିବା ରାଜ୍‌ବାବର ୧୯୯୬ ନିର୍ବାଚନ କାଳରେ ମତଦାନ ଚାଲିଥିବା ବେଳେ ମେ ୨ ତାରଖରେ ଓ୍ଵାଜିରଂଗାର ଏକ ପୋଲିଂ ବୁଥ୍‌ ଭିତରେ ପଶି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ନିର୍ବାଚନ ଅଧିକାରୀମାନଙ୍କୁ ମାରଧର କରିଥିଲେ।

ସେତେବେଳେ ରାଜ୍‌ବାବର ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବେ ଓ୍ଵାଜିରଂଗା ଲୋକସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଓ୍ଵାଜିରଂଗାର ଏକ ପୋଲିଂ ବୁଥ୍‌ରେ ପଶି ଅଯୋଗ୍ୟ ମତଦାତାମାନଙ୍କୁ ମତଦାନ ପାଇଁ ସୁଯୋଗ ଦେଉଥିବା ଅଭିଯୋଗ କରି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ନିର୍ବାଚନ ଅଧିକାରୀମାନଙ୍କୁ ମାରଧର କରିଥିଲେ। ଏ ଘଟଣାରେ ରାଜ୍‌ବାବରଙ୍କ ବିରୋଧରେ ଏକ ମାମଲା ଆଗତ ହୋଇଥିଲା। ଏହି ମାମଲାର ବିଚାରକରି ସ୍ୱତନ୍ତ୍ର କୋର୍ଟର ବିଚାରପତି ରାଜ୍‌ବାବରଙ୍କୁୁ ଗତ ୨୦ ତାରିଖ ମଙ୍ଗଳବାର ଦିନ କୋର୍ଟରେ ହାଜର ହେବାକୁ ସମନ ଜାରି କରିଥିଲେ। ତେବେ, ରାଜ୍‌ବାବର ୨୦ ତାରଖରେ କୋର୍ଟରେ ହାଜର ନହେବାରୁ ସ୍ୱତନ୍ତ୍ର କୋର୍ଟର ବିଚାରପତି ଆଜି ତାଙ୍କ ବିରୋଦରେ ଏକ ଗିରଫ ପରଓ୍ଵାନା ଜାରି କରିଛନ୍ତି।

By amfnews

Related Post