Sat. Sep 12th, 2026

ଅବକାରୀ ସ୍କ୍ୱାଡ୍ ଉପରେ ଅାକ୍ରମଣ

331 Views

ବାଲେଶ୍ୱର, ନଭେମ୍ବର ୧୪ : ଅବକାରୀ ସ୍କ୍ୱାଡ୍ ଉପରେ ଅାକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଲୋକେ। ଏହି ଘଟଣା ଘଟିଛି, ବାଲେଶ୍ୱର ରୂପସା ମିରିଗିମୁଣ୍ଡି ଛକରେ। ଅବକାରୀ ସ୍କ୍ୱାଡ୍ କର୍ମଚାରୀଙ୍କୁ ଲୋକ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଇଛନ୍ତି।

ଏଥିରେ ୩ ଜଣ ଗୁରୁତର ଅାହତ ହୋଇଥିବା ସୂଚନା ମିଳିଛି। ଚୋରା ମଦ କାରବାରକୁ ନେଇ ସଦର ଅବକାରୀ ସ୍କ୍ୱାଡ୍ ରୁପ୍‌ସା ଅଞ୍ଚଳରେ ଚଢ଼ାଉ କରିଥଲେ। ବିପୁଳ ପରିମାଣର ମଦ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି ଫେରୁଥିବା ବାଟରେ ସେମାନଙ୍କ ଉପରେ ୧୦ରୁ ୧୨ ଜଣ ଲୋକ ଅାକ୍ରମଣ କରିଥିଲେ। ସ୍କ୍ୱାଡ୍‌ର ଗାଡ଼ି ମଧ୍ୟ ଭଙ୍ଗାରୁଜା ହୋଇଛି।

By amfnews

Related Post