Tue. Jul 28th, 2026

ଅଫିସ୍‌ରେ କର୍ଣ୍ଣେଲ୍‌ଙ୍କ ଅନୈତିକ କାର୍ଯ୍ୟର ଭିଡିଓ ଉତ୍ତୋଳନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଲେ ଦୁଇ ଯବାନ

245 Views

ନୂଆଦିଲ୍ଲୀ : ଅଫିସ୍‌ ମଧ୍ୟରେ ଅନୈତିକ କାର୍ଯ୍ୟ କରିଥିବା ଅଭିଯୋଗରେ ଭାରତୀୟ ସେନାବହିନୀର ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ୍‌ଙ୍କ ବିରୋଧରେ ‘କୋର୍ଟ ଅଫ୍‌ ଇନ୍‌କ୍ୱାରି’ ଆରମ୍ଭ ହୋଇଛି। ଚାକିରିରେ ଥିବା ବେଳେ ସେ କର୍ଣ୍ଣେଲ୍‌ ଜଣେ ବେସାମରିକ ମହିଳା କର୍ମଚାରୀଙ୍କ ସହ ଅଫିସ୍‌ ମଧ୍ୟରେ ଯୌନାଚାର କରିଥିଲେ ବୋଲି ଦୁଇ ଜଣ ଯବାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖବା ପରେ ଏହି କାର୍ଯ୍ୟାନୁଷ୍ଠାନ ଅରମ୍ଭ ହୋଇଛି।

ପଦାତିକ ବାଟାଲିୟାନ୍‌ର (୨୫ ରାଜପୁତନା ରାଇଫଲ୍‌ସ୍‌) ସେ ଦୁଇ ସୈନିକ ଅଭିଯୋଗରେ ଦର୍ଶାଇଛନ୍ତି ଯେ କର୍ଣ୍ଣେଲ୍‌ ସେମାନଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବାରୁ ସେମାନେ ଏହି ଘଟଣାର ଭିଡିଓ କ୍ଲିପ୍‌ କରିଥିଲେ। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ଘଟଣା ସମୟରେ କର୍ଣ୍ଣେଲ୍‌ଜଣକ ପଞ୍ଜାବର ଆଭୋର ଠାରେ ନିଯୁକ୍ତ ହୋଇଥିଲେ। ଏବେ ସେ ଅବସର ଗ୍ରହଣ କରିସାରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସେ ଯବାନ ଦୁହେଁ ଅଭିଯୋଗ କରିଛନ୍ତି ଯେ କର୍ଣ୍ଣେଲ୍‌ଙ୍କ କାର୍ଯ୍ୟକଳାପ ସବୁକୁ ଧରାପକାଇ ଦେଉଥିବାରୁ ସେମାନଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଥିଲା। ତାଙ୍କୁ ପାନେ ଦେବା ଲାଗି ସେମାନେ ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଅବସର ଗ୍ରହଣ କରି ସାରିଥିଲେ ବି ସମ୍ପୃକ୍ତ କର୍ଣ୍ଣେଲ୍‌ ସେନାର ନୀତିନିୟମାନୁସାରେ ତଦନ୍ତର ସମ୍ମୁଖୀନ ହେବେ। ଭାରତୀୟ ସେନା ଏକ ବିବୃତିରେ କହିଛି- ଯବାନ ଦୁହେଁ ସମ୍ପୃକ୍ତ କର୍ଣ୍ଣେଲ୍‌ଙ୍କୁ ବ୍ଲାକ୍‌ମେଲ୍‌ କରୁଥାଇ ପାରନ୍ତି। ସେ କଥାର ମଧ୍ୟ ତଦନ୍ତ କରାଯାଉଛି।

By amfnews

Related Post