Sat. Sep 26th, 2026

ଅପହରଣ ପରେ ମାଡ଼, ଦୁଇ ବନ୍ଧୁ ଗିରଫ

279 Views

ଭୁବନେଶ୍ୱର, ଡିସେମ୍ବର ୦୨: ଅପହରଣ ପରେ ମାଡ଼ ମାରିବା ସହ ଲକ୍ଷାଧିକ ଟଙ୍କା ନେଇ ଯିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ବନ୍ଧୁଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ବଡ଼ପୋଖରିଆ ଗ୍ରାମର ବିଷ୍ଣୁପ୍ରସାଦ ପ୍ରହରାଜ ଓ ଖଣ୍ଡଗିରି ଥାନା ଅଧୀନ ଗଙ୍ଗନଗରର ପିଣ୍ଟୁ ନାୟକ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଗୋବିନ୍ଦପୁରର ଶୁଭ ରଞ୍ଜନ ନାୟକଙ୍କ ଅଭିଯୋଗ କ୍ରମେ ଉଭୟଙ୍କୁ ପୁରୀରୁ ଗିରଫ କରି ଲକ୍ଷ୍ମୀସାଗର ଥାନା ପୁଲିସ୍‌ କୋର୍ଟ ଚାଲାଣ କରିଛି।

ଅନ୍ୟପଟେ ଉଭୟଙ୍କ କହିବା ଅନୁଯାୟୀ, ପାରାଦୀପରେ ବ୍ୟବସାୟ କରିବା ପାଇଁ ଶୁଭ ସେମାନଙ୍କଠାରୁ ୨ ଲକ୍ଷ ୮୫ ହଜାର ଟଙ୍କା ନେଇଥିଲେ। ଟଙ୍କା ନେଇ ଯିବା ପରେ ଶୁଭ ଧରା ଛୁଆଁ ଦେଉ ନଥିଲେ। ପୁରୀରେ ହଠାତ୍‌ ତାଙ୍କ ସହ ଦୁଇ ବନ୍ଧୁଙ୍କର ଦେଖା ହୋଇଥିଲା। ସେଠାରେ ସେମାନେ ଶୁଭଙ୍କୁ ଟଙ୍କା ମାଗିଥିଲେ। ହେଲେ ‌ସେ ପାଲଟା ଅଭିଯୋଗ କରି ଫସେଇ ଦେଇଛନ୍ତି।

By amfnews

Related Post