Mon. Aug 17th, 2026

ଅନୁଷ୍କା, ଦୀପିକା ଭାବିଜୀ! ପ୍ରିୟଙ୍କା କିନ୍ତୁ ଭଉଣୀ, ଜାଣନ୍ତୁ ପ୍ରଶଂସକଙ୍କ ସଂପର୍କ ଯୋଡ଼ିବା ତରିକା

409 Views

ମୁମ୍ବାଇ: କେହି ବଲିଉଡ୍‌ ସେଲିବ୍ରେଟି ବାହା ହେଲେ ସେମାନଙ୍କର ନୂଆ ନାମକରଣ କରିବା ବା ସେମାନଙ୍କୁ ଜିଜାଜୀ ଓ ଭାବିଜୀ କହି ଡାକିବା ଫଟୋଗ୍ରାଫର୍‌ ଓ ଗଣମାଧ୍ୟମ ପ୍ରତିନିଧିଙ୍କର ଏକ ସଉକ ହୋଇଥାଏ। ଅନୁଷ୍କା ଓ ବିରାଟଙ୍କ ବିବାହ ସ୍ଥିର ହେବା ପରେ ସେମାନଙ୍କୁ ବରୁଷ୍କା, ଦୀପିକା ଓ ରଣବୀରଙ୍କ ବିବାହ ସ୍ଥିର ହେବା ପରେ ଦୀପବୀର ଓ ପ୍ରିୟଙ୍କା, ନିକ୍‌ଙ୍କ ବିବାହ ଠିକ୍‌ ହେବା ପରେ ନିକ୍ୟାଙ୍କା ଆଦି ନାମକରଣ ପ୍ରଶଂସକମାନେ ହିଁ କରିଛନ୍ତି।

ଅନେକ ଦିନ ତଳେ ଭାରତ-ପାକିସ୍ତାନ ଖେଳ ଚାଲୁଥିବା ସମୟରେ ସୋଏବ୍‌ ମଲିକ୍‌ଙ୍କୁ ଜଣେ ଭାରତୀୟ ଜିଜୁ ବୋଲି ଡାକିବା ବେଳର ଭିଡିଓଟି ଭାଇରାଲ୍‌ ହୋଇଥିଲା। ଭାରତୀୟ ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କୁ ବିବାହ କରିଥିବା ପାକିସ୍ତାନୀ କ୍ରିକେଟ୍‌ ତାରକା ସୋଏବ ଜିଜି ଡାକ ଶୁଣି ହସି ଦେଇଥିଲେ।

ସେହିପରି କିଛି ଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କୁ ପ୍ରଶଂସକମାନେ ଦେଖିଦେବା ପରେ ଦୀପିକାଙ୍କୁ ଭାବିଜୀ କହି ଡାକ ପକାଇଥିଲେ। ନିକଟରେ ବିବାହ କରିଥିବା ନିକ୍‌ ଜୋନ୍‌ସ ଓ ପ୍ରିୟଙ୍କାକଙ୍କ ଭିତରୁ କାହାକୁ ପ୍ରଶଂସକମାନେ କିପରି ଭାବେ ଗ୍ରହଣ କରିଛନ୍ତି ଆପଣଙ୍କର ଜାଣିବାର ଉତ୍ସୁକତା ଥିବ ନିଶ୍ଚୟ।

ତେବେ ଜଣାଇ ଦେଉଛୁ ଯେ ଜଣେ ଫଟୋଗ୍ରାଫର୍‌ ପ୍ରିୟଙ୍କାଙ୍କ ରିସେପସନ ପାର୍ଟିରେ ନିକ୍‌ଙ୍କୁ ଜିଜୁ ବୋଲି ଡାକିଛନ୍ତି। ଏପରି ଡାକ ଶୁଣିବା ପରେ ହସି ଦେଇଛନ୍ତି ବିଶ୍ୱ ସୁନ୍ଦରୀ ପ୍ରିୟଙ୍କା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିରାଟଙ୍କୁ ବାହା ହୋଇଥିବା ଅନୁଷ୍କାଙ୍କୁ ପ୍ରଶଂସକମାନେ ଭାବି ସମ୍ବୋଧନ କରିଥାନ୍ତି।

By amfnews

Related Post