Thu. Oct 15th, 2026

ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ; ରୋଷଘରର ୨୨ବଖରା ପୋଡ଼ି ପାଉଁଶ

316 Views

ଭୁବନେଶ୍ୱର: ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି  ବିଳମ୍ବିତ ରାତିରେ ନିଆଁ ଲାଗି ରୋଷଘରର ୨୨ଟି ବଖରା ପୋଡି ପାଉଁଶ ହୋଇଯାଇଛି।

ମନ୍ଦିରର ରୋଷଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ପରେ ଚାହୁଁ ଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା।  ରୋଷଘର ଛଣରେ ତିଆରି ହୋଇଥିବାରୁ ଏହା ପୋଡି ପୂରା ପାଉଁଶ ହୋଇଯାଇଛି।

ଅଗ୍ନିଶମ ବିଭାଗର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅନ୍ୟପକ୍ଷରେ, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

By amfnews

Related Post