Wed. Oct 14th, 2026

ଅତ୍ୟାଧୁନିକ ଡ୍ରୋନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ପାକିସ୍ତାନ: ଗୁଇନ୍ଦା ରିପୋର୍ଟ

474 Views

ନୂଆଦିଲ୍ଲୀ: ସୀମାରେ ଭାରତୀୟ ସେନାର କଡ଼ା ସୁରକ୍ଷା ଦେଖି ନୂଆ ରଣନୀତି ଆରମ୍ଭ କରିଛି ପାକିସ୍ତାନ। ଭାରତରେ ହିଂସା ସୃଷ୍ଟି କରିବା ଏବଂ ତଥ୍ୟ ନେବା ପାଇଁ ପାକିସ୍ତାନ ଆକାଶ ମାର୍ଗକୁ ଅତ୍ୟାଧୁନିକ ଡ୍ରୋନ ଛାଡ଼ିବ ବୋଲି ଗୁଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି। ଏହି ଡ୍ରୋନ ଗୁଡ଼ିକ ଅଧିକ ଓଜନ ବିଶିଷ୍ଟ ଅସ୍ତ୍ରଶସ୍ତ୍ର ବୋହିବା ସାଙ୍ଗକୁ ଉଡ଼ି ପାରିବାର କ୍ଷମତା ଅଧିକ ରହିବ ଏବଂ ସୀମାରେ ଡ୍ରୋନ ବାବଦରେ ଯେମିତି କେହି ଜାଣିନପାରିବେ ସେ ଦିଗରେ ପାକିସ୍ତାନ ଗୁରୁତ୍ୱ ଦେଉଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।

ଅନ୍ୟପଟେ ପାକିସ୍ତାନର ଏହି ସବୁ ଡ୍ରୋନକୁ ପ୍ରତିହତ କରିବା ପାଇଁ ଭାରତ ଅତ୍ୟାଧୁନିକ ଡ୍ରୋନ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ନିକଟରେ ପାକିସ୍ତାନର ଅନେକ ଡ୍ରୋନ ପଞ୍ଜାବରେ ଉଡୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ପାକିସ୍ତାନର ଡ୍ରୋନ ଚାଲ୍ ଧରାପଡ଼ିଥଲା। ଯେଉଁ ଡ୍ରୋନ ହଜାରେ ଫୁଟ ତଳକୁ ଉଡ଼ୁଥିବ ସେ ଗୁଡ଼ିକୁ ଗୁଳି କରି ଖସାଇ ଦେବାକୁ ଅନୁମତି ଦେଇସାରିଛି ଭାରତୀୟ ସେନା।

By amfnews

Related Post