Sun. Apr 26th, 2026

ଅତିରିକ୍ତ ଓଜନର ଲଗେଜ୍‌ ନେଇ ସୁପରଫାଷ୍ଟ୍‍ ବୁଲେଟ୍‌ ଟ୍ରେନ୍‌ରେ ଯାତ୍ରା କଲେ ଦେବାକୁ ପଡ଼ିବ ଅଧିକ ଟଙ୍କା

177 Views

ମୁମ୍ବାଇ  : ଭାରତର ପ୍ରଥମ ସୁପରଫାଷ୍ଟ୍‍ ବୁଲେଟ୍‌ ଟ୍ରେନ୍‌ ମୁମ୍ବାଇରୁ ଅହମ୍ମଦାବାଦ୍‌ ଯାଏଁ ଯାତ୍ରା କରିବ। ତେବେ ଏନେଇ ଏନ୍‌ ଏଚ୍‌ ଏସ ଆର୍‌.ସି.ଏଲ୍‌ ପକ୍ଷରୁ କୁହାଯାଉଛି ଯେ,ଏହି ବୁଲେଟ୍‌ ଟ୍ରେନ୍‌ରେ ଯେଉଁ ଯାତ୍ରୀମାନେ ଅଧିକ ଓଜନର ଲଗେଜ୍‌ ସାଙ୍ଗରେ ନେଇ ଯାତ୍ରା କରିବେ ସେମାନଙ୍କୁ ଏଥିଲାଗି ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ। ଷ୍ଟେଟସନରେ ଯାତ୍ରୀ ପ୍ରବେଶ କରିବା ସମୟରେ ହିଁ ତାଙ୍କର ଲଗେଜର ଯାଞ୍ଚ କରାଯାଇ ଏହି ଅର୍ଥ ସଂଗୃହୀତ ହେବ ବୋଲି କୁହାଯାଇଛି। ତେବେ ଏହାର ପରିମାଣ କେତେ ହେବ ତାହା ସଂପର୍କରେଏନ୍‌ ଏଚ୍‌ ଏସ ଆର୍‌.ସି.ଏଲ୍‌ ପକ୍ଷରୁ କିଛି ସ୍ପଷ୍ଟଭାବେ କୁହାଯାଇନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ୨୦୨୨ ଅଗଷ୍ଟ ୧୫ରେ ଭାରତରେ ପ୍ରଥମ ସୁପରଫାଷ୍ଟ ବୁଲେଟ ଟ୍ରେନ୍‌ ଯାତ୍ରା ଆରମ୍ଭ କରିବ। ଏହା ଘଣ୍ଟାକୁ ୩୫୦ କିଲୋମିଟର ବେଗରେ ଗତି କରିବ, ଗତ ବର୍ଷ ଡିସେମ୍ବର ମାସରେ ଟେଷ୍ଟ ରନ୍‌ ହୋଇଥିବା ନୂଆଦିଲ୍ଲୀ ଏବଂ ବାରାଣାସୀ ମଧ୍ୟରେ ଟ୍ରେନ୍‌ ଘଣ୍ଟାକୁ ୧୮୦ କିଲୋମିଟର ବେଗରେ ଗତି କରିବ ବୋଲି ଜଣାଯାଇଛି।

By amfnews

Related Post