Tue. Jul 28th, 2026

ଅଣ୍ତା, ରନ୍ଧାଖାଦ୍ୟର ଅର୍ଥ ବିବାଦରୁ ଅଭାବନୀୟ କାଣ୍ଡ : ଅଙ୍ଗନବାଡ଼ି କର୍ମୀ ଦେହରେ ନିଅାଁ ଲଗାଇଦେଲେ

248 Views

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ସ୍ଥିତ ବରଣ୍ତୁଆ ରତାଙ୍ଗ ଅଙ୍ଗନବାଡ଼ି କେନ୍ଦ୍ର-୨ରେ ଅଣ୍ତା ଓ ରନ୍ଧାଖାଦ୍ୟ ବିବାଦ ଉଗ୍ରରୂପ ଧାରଣ କରିଛି। ଆଜି ଏହି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ ସହ ନିଆଁ ଲଗାଇ ଜୀବନରୁ ମାରିଦେବା ପାଇଁ ଉଦ୍ୟମ ହୋଇଛି। ଅଙ୍ଗନବାଡ଼ି କର୍ମୀ ଅଳ୍କକେ ବର୍ତ୍ତି ଯାଇଥିଲାବେଳେ ଭଦ୍ରକ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଏହି ଅଙ୍ଗନବାଡ଼ି କର୍ମୀ ହେଲେ ସବିତା ସେଠୀ। ଆଜି ଥିଲା ‘ମମତା ଦିବସ’ ସବିତା ଅଙ୍ଗନବାଡ଼ି କେନ୍ଦ୍ରରେ ବସି କାମ କରୁଥିଲେ। ଏହି ସମୟରେ ୨ ଜଣ ମହିଳା ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହ ତାଙ୍କୁ ଜୀବନରୁ ମାରି ଦେବା ପାଇଁ କିରାସିନି ଢାଳି ନିଆଁ ଲଗାଇଦେଇଥିଲେ। ମାତ୍ର ନିଆଁ ଲାଗି ସବିତାଙ୍କ ଶାଢ଼ି ପୋଡ଼ି ଯାଇଥିଲା। ତେବେ ତାଙ୍କ ଦେହରେ ନିଆଁ ଲାଗିବା ପୂର୍ବରୁ ସେ ଶାଢ଼ିଟିକୁ ଖୋଲି ପକାଇଥିଲେ। ସବିତାଙ୍କ ସ୍ବାମୀ ଏହି ଘଟଣା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ସ˚ଜ୍ଞାହୀନ ତାଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସବିତାଙ୍କ ସ୍ବାମୀ ରମାକାନ୍ତ ସେଠୀ ସବିତାଙ୍କ ଦେହରେ ନିଆଁ ଲାଗିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ହେଁ କିଏ କେଉଁଥିପାଇଁ ନିଆଁ ଲଗାଇଲା ତାହା ସ୍ପଷ୍ଟ ହୋଇନାହିଁ।

By amfnews

Related Post