Fri. Jul 3rd, 2026

ଅଣ ଓଡ଼ିଆ ପହଲମାନଙ୍କୁ ମଦଭାଟିରେ ନୃଶଂସ ଭାବେ ହତ୍ୟା, ଦୁର୍ବୃତ୍ତ ଫେରାର

341 Views

ବରଗଡ଼: ପଦ୍ମପୁର ଉପଖଣ୍ଡ ବିରିପାଲି ଦେଶୀ ମଦଭାଟି ଦୋକାନରେ ରବିବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛୁରୀ ଭୁସି ଜଣେ ଭାଟି କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ ଦେଖାଯାଇଛି।

ସୂଚନା ଅନୁସାରେ ବିରିପାଲି ମଦଭାଟିରେ କାର୍ଯ୍ୟରତ ପହେଲମାନ ଝାଡ଼ଖଣ୍ଡ ଲହରଡେଗା ଗ୍ରାମରେ ପ୍ରମୋଦ ସାହୁ (୩୫)। ଆଜି ମଧ୍ୟାହ୍ଣରେ ଖାଇ ସାରି ବିଶ୍ରାମ ନେଉଥିବା ବେଳେ କେହି ଜଣେ ଅଜଣା ଦୁର୍ବୃତ୍ତ କବାଟ ବାଡେଇ ଥିଲା। ପ୍ରମୋଦ କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତ ଜଣକ ଅତର୍କିତ ଭାବେ ଛୁରୀରେ ଆକ୍ରମଣ କରିଥିଲା।

ଦୁର୍ବୃତ୍ତ ଜଣକ ଅତି ଅମାନୁଷିକ ଭାବେ ପ୍ରମୋଦଙ୍କ ପେଟରେ ବାରମ୍ବାର ଛୁରୀ ଭୁସିଥିଲା। ପ୍ରମୋଦ ଛଟପଟ ହେଉଥିବା ବେଳେ ତାଙ୍କର ଅନ୍ୟ ସହଯୋଗୀମାନେ ମଧ୍ୟ ଭୟରେ ଆସିପାରି ନଥିଲେ। ଫଳରେ ଦୁର୍ବୃତ୍ତ ଜଣକ ହତ୍ୟା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପ୍ରମୋଦଙ୍କୁ ତୁରନ୍ତ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ। ସୂଚନା ପାଇ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

 

By amfnews

Related Post