Sat. Aug 22nd, 2026

ଅଟୋକୁ ଧକ୍କା ଦେଲା ଆମ୍ବୁଲାନ୍ସ; ଜଣେ ମୃତ, ୬ ଆହତ

404 Views

କେନ୍ଦୁଝର, ନଭେମ୍ବର ୦୯: କେନ୍ଦୁଝର ଜିଲ୍ଲାରେ ଆମ୍ବୁଲାନ୍ସ ଏକ ଅଟୋକୁ ଧକ୍କା ଦେଇଛି। ଫଳରେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରାପ୍ତ ସୂଚାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଲୋମାନେ ଅଟୋରେ ଯାତ୍ରା ଦେଖିବା ପାଇଁ କାଠକଟାରୁ ଠାକୁରମୁଣ୍ଡାକୁ ଯାଉଥିଲେ। ଅପରପଟୁ ଆମ୍ବୁଲାନ୍ସଟି ରୋଗୀଙ୍କୁ ଘରେ ଛାଡ଼ି ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବିଶେଷତଃ ଅଟୋରେ ବସିଥିବା ଯାତ୍ରୀମାନେ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।

By amfnews

Related Post