Wed. Jul 22nd, 2026

ଅଜଣା ଜ୍ୱରରେ ଦୁଇ ମାସରେ ଗଲାଣି ୧୫ ଜୀବନ

231 Views

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଟିକରପଡ଼ାରେ ଅଜଣା ଜ୍ୱରକୁ ନେଇ ଆତଙ୍କ ଦେଖାଦେଇଛି । ଏହି ଜ୍ୱରରେ ଗତ ଦୁଇ ମାସ ଭିତରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମଗ୍ର ମୁନିଗୁଡ଼ା ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

ଟିକରପଡ଼ାରେ ଏବେବି ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ହାତ ଗୋଡ଼ ବିନ୍ଧା ହେବା ସହ ପେଟ ବ୍ୟଥା ଓ ଭୀଷଣ ଜ୍ୱର ହେଉଥିବା ଲକ୍ଷଣ ଦେଖାଯାଉଛି।

ବିଷମକଟକସ୍ଥିତ ଘରୋଇ ମେଡିକାଲରେ କେତେ ଜଣ ରୋଗୀଙ୍କ ପରୀକ୍ଷା ପରେ ଡେଙ୍ଗୁ ହୋଇଥିବା ରିପୋର୍ଟ ମିଳିଛି ସେପଟେ ଡେଙ୍ଗୁ ରିପୋର୍ଟ ବାହାରିବା ଖବର ପାଇ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ତତ୍ପରତା ପ୍ରକାଶ କରିଛି।

ଏକ ମେଡିକାଲ ଟିମ୍, ମୁନିଗୁଡ଼ା ମେଡିକାଲ ଅଫିସର, ବିଡିଓ, ତହସିଲଦାର ଟିକରପଡ଼ାରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି । ଘର ଘର ବୁଲି ପରିଷ୍କାର ପରିଚ୍ଛନ ରହିବାକୁ ଲୋକଙ୍କୁ ବୁଝାଉଛନ୍ତି ।

By amfnews

Related Post