Thu. Sep 24th, 2026

ଅଗଷ୍ଟ ୩୧ ଯାଏଁ କରାଚି ଆକାଶମାର୍ଗ ଆଂଶିକ ବନ୍ଦ

226 Views

କରାଚି : ଅଗଷ୍ଟ ୨୮ ରୁ ଅଗଷ୍ଟ ୩୧ ଯାଏଁ କରାଚି ଆକାଶମାର୍ଗର ତିନୋଟି ରାସ୍ତାକୁ ବନ୍ଦ କରାଯାଇଥିବା କଥା ବୁଧବାର ଦିନ ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବୈମାନିକମାନଙ୍କୁ (ଏନ୍‌ଓଟିଏଏମ୍‌) ନୋଟିସ୍‌ ଜାରି କରିଥିବା କଥା ‘ଦୁନିଆ ନିଉଜ୍‌’ ରିପୋର୍ଟ କରିଛି।

ଏନ୍‌ଓଟିଏଏମ୍‌ ଅନୁସାରେ କରାଚି ଆକାଶମାର୍ଗର ତିନୋଟି ବିମାନ ଚଳାଚଳ ରାସ୍ତା ଏଡ଼ାଇ ଯିବା ପାଇଁ ସମସ୍ତ ଆନ୍ତର୍ଜାତିକ ବିମାନକୁ କୁହାଯାଇଛି। ବନ୍ଦର କାରଣ ସଂକ୍ରାନ୍ତରେ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କିଛି କହି ନାହିଁ।

କିନ୍ତୁ, ପ୍ରତିବଦଳରେ କର୍ତ୍ତୃପକ୍ଷମାନେ ଅନ୍ୟ ଏକ ଆକାଶପଥରେ ଯାତାୟାତ ପାଇଁ କହିଛନ୍ତି। ଭାରତ ଲାଗି ଆକଶପଥ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପାକିସ୍ତାନ ବିଚାର କରୁଛି ବୋଲି ତାଙ୍କର ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫଓ୍ଵାଦ୍‌ ହୁସେନ୍‌ ଚୌଧୁରୀ କହିବା ପରେ ଏହି ବିଜ୍ଞପ୍ତି ଦିଆଯାଇଛି। ଆଫଗାନିସ୍ତାନ ସହ ବାଣିଜ୍ୟ କରିବା ପାଇଁ ଭାରତର ପାକିସ୍ତାନ ଅଞ୍ଚଳ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା କଥା ମଧ୍ୟ ବିଚାର କରାଯାଉଛି ବୋଲି ସେ କହିଥିଲେ।

By amfnews

Related Post