Sat. Sep 12th, 2026

ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲା ଶୁଣାଣି

214 Views

ନୂଆଦିଲ୍ଲୀ  : ଓଡ଼ିଶା ଓ ଛତିଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୩ ତାରିଖ ଦିନ ହେବ ବୋଲି ଶନିବାର ଦିନ ଟ୍ରାଇବୁନାଲ୍‌ ଘୋଷଣା କରିଥିବା କଥା ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି।

ଏହି ମାମଲାର ଶୁଣାଣି ପାଇଁ ମେ ୧୧ ତାରିଖ ଦିନ ଟ୍ରିବ୍ୟୁନାଲ୍‌ ଆଜି ଦିନକୁ ଧାର୍ଯ୍ୟ କରିଥିଲା। ମହାନଦୀ ଜଳ ବିବାଦ ଶୁଣାଣି ପାଇଁ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶା ଆବେଦନ କରିବା ପରେ ପୁଣି ଥରେ ମଧ୍ୟବର୍ତ୍ତୀକାଳୀନ ଶୁଣାଣି ପାଇଁ ଆବେଦନ କରିଥିଲା। ମହାନଦୀର ଜଲ ଆଇଗତ ଭାବେ ଦୁଇ ରାଜ୍ୟ ମଧ୍ୟରେ ବଣ୍ଟନ କରାଯାଉ ବୋଲି ପ୍ରସ୍ତାବ ଦେଇ ପରେ ଛତିଶଗଡ଼ ମଧ୍ୟ ଟ୍ରିବ୍ୟୁନାଲ୍‌ରେ ଆବେଦନ କରିଥିଲା।

ଅକ୍ଟୋବର ୧୯ ତାରିଖ ସୁଦ୍ଧା ମହାନଦୀ ଜଳ ବିବାସ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଦାଖଲ କରିବାକୁ ଟ୍ରିବ୍ୟୁନାଲ୍‌ ଦୁଇ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି। ସେହି ଦିନ ଠାରୁ ମୂଳ ମାମଲାର ଶୁଣାଣି ଆରମ୍ଭ ହେବ।

By amfnews

Related Post