Thu. Jun 4th, 2026

ଅକ୍ଷୟଙ୍କ ୨୫ ‌କୋଟି ଦାନ ଦେବା ପରେ ୩ ଖାନ୍‌ଙ୍କୁ ନେଇ ଟ୍ବିଟ୍‌

188 Views

ମୁମ୍ବାଇ: କରୋନା ମୁକାବିଲା ପାଇଁ ବଲିଉଡ୍‌ର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର  ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ୨୫ କୋଟି ଟଙ୍କା ଦାନ କରିବା ପରେ ବଲିଉଡ୍‌ର ୩ ଦାମୀ ଖାନ୍‌ଙ୍କୁ ନେଇ ଲେଖିକା ଶେଫାଳି ବୈଦ୍ୟ ଏକ ଟ୍ବିଟ୍‌ କରିଥିଲେ। ମାତ୍ର ଏହାର ଜବାବରେ ପ୍ରଯୋଜକ ନିଖିଲ ଦ୍ବିବେଦୀଙ୍କ ଉତ୍ତର ଅନେକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତ କରିଛି।

ବଲିଉଡ୍‌ର ଭାଇଜାନ ସଲମନ ଖାନ୍‌ ଏଯାଏ ହୁଏତ ପ୍ରଧାନମନ୍ତ୍ରୀଙ୍କ କରୋନା ମୁକାବିଲା ପାଣ୍ଠିକୁ ଦାନ ଦେଇନାହାନ୍ତି, ମାତ୍ର ସେ ଫିଲ୍ମ ୟୁନିଟ୍‌ରେ କାମ କରୁଥିବା ସମସ୍ତ ଶ୍ରମିକ ଓ ସେମାନଙ୍କ ପରିବାରର ସମସ୍ତ ଦୈନିକ ଆବଶ୍ୟକତାକୁ କରୋନା ସଙ୍କଟ ସମୟରେ ବହନ କରୁଛନ୍ତି। ହଙ୍ଗାମାର ଏକ ରିପୋର୍ଟ ମୁତାବକ, ସଲମନ ଖାନ୍‌ ଅନେକ ଅନୁଷ୍ଠାନକୁ ଯୋଗାଯୋଗ କରି ଫିଲ୍ମ ଶିଳ୍ପରେ କାମ କରୁଥିବା ଶ୍ରମିକଙ୍କ ସମସ୍ତ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା କଥା କହିଛନ୍ତି। ଏଥିସହ ସଲମନ ବିଙ୍ଗ ହ୍ୟୁମାନ ନାମକ ଏକ ବଡ଼ ସ୍ବେଚ୍ଛାସେବୀ ସଂଗଠନକୁ ସମ୍ଭାଳୁଥିବା ସହ ବହୁ ସହ କଳାକାରଙ୍କ ଦୁର୍ଦିନ ସମୟରେ ମଧ୍ୟ ଛିଡ଼ା ହେବାର ନଜିର ରହିଛି।

ଅମିର ଖାନ୍‌ ମଧ୍ୟ ପାନି ଫାଉଣ୍ଡେସନ ନାମକ ଏକ ଏନଜିଓର ସହ-ପ୍ରତିଷ୍ଠାତା ଅଛନ୍ତି। ଯେଉଁ ସଂସ୍ଥା ମହାରାଷ୍ଟ୍ରର ବିଭିନ୍ନ ଗ୍ରାମରେ ଯେଉଁଠି ପାଣି କମ ରହିଛି, ସେଠାରେ ପାଣିର ଅଭାବ ଦୂର କରୁଛି। ତେବେ ଶାହରୁଖ ଖାନ୍‌ କହିଛନ୍ତି ମୁଁ ଦେଖେଇ ହୋଇ ଦାନ କରିବାକୁ ଭଲ ପାଏନି କି କିଛି ଦାନ ଦେବା ବେଳେ କ୍ୟାମେରାରେ ଫଟୋ ଉଠାଇବାକୁ ପସନ୍ଦ କରେନାହିଁ।

By amfnews

Related Post