Sat. Jun 13th, 2026

ଅକ୍ଷୟ କୁମାର ସର୍ବୋଚ୍ଚ ଆୟ କରୁଥିବା ଏକମାତ୍ର ଭାରତୀୟ ଅଭିନେତା

INDIA-ARTS-CINEMA-BOLLYWOOD
310 Views

ସୁପରଷ୍ଟାର୍‌ ଅକ୍ଷୟ କୁମାର ଚଳିତ ବର୍ଷ ଫୋର୍ବସ ତାଲିକାରେ ବିଶ୍ବରେ ସର୍ବୋଚ୍ଚ ଆୟ କରୁଥିବା ଏକମାତ୍ର ଭାରତୀୟ ଅଭିନେତା ଭାବେ ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ୧୦୦ ଜଣଙ୍କ ତାଲିକା ମଧ୍ୟରେ ଅକ୍ଷୟ ୩୬୫କୋଟି ଟଙ୍କା ଆୟ କରିବା ସହ ୫୨ତମ ସ୍ଥାନରେ ରହିଛନ୍ତି। ତେବେ ପୂର୍ବ ବର୍ଷ ତୁଳନାରେ ସେ ତାଲିକାରେ ତଳକୁ ଖସି ଯାଇଛନ୍ତି। ଗତ ବର୍ଷ ଅକ୍ଷୟ ୪୯୦ କୋଟି ଆୟ ସହ ୩୩ ନମ୍ବରରେ ରହିଥିଲେ।

ଫୋର୍ବସ ପକ୍ଷରୁ ହୋଇଥିବା ଏକ ସାକ୍ଷାତକାର‌ରେ ସେ କହିଥିଲେ, ମଣିଷକୁ ସମୟ ସହ ବଦଳିବା ଆବଶ୍ୟକ। ଏହାକୁ ପାଥେୟ କରିବା ହିଁ ମୋ ସଫଳତାର ମୂଳ ମନ୍ତ୍ର। ସେ ଏକଥା ମଧ୍ୟ କହିଥିଲେ, ମୁଁ ପ୍ରଥମେ ଟଙ୍କା ରୋଜଗାର ପାଇଁ ସିନେମା ଜଗତକୁ ଆସିଥିଲି। ହେଲେ ଏବେ ଆୟ ସହ ନିଜକୁ ଜଣେ ଭଲ ଅଭିନେତା ଭାବେ ତିଆରି କରିଛି। ଅକ୍ଷୟ ଯେ କେବଳ ଭଲ ଆୟ କରନ୍ତି, ତା’ ନୁହେଁ, ସେ ଦାନ କରିବାରେ ମଧ୍ୟ ଚର୍ଚ୍ଚିତ ବ୍ୟକ୍ତି ଭାବେ ଜଣାଶୁଣା।

By amfnews

Related Post