Wed. Jul 1st, 2026

ଦାମ୍ପତ୍ୟ କଳହରୁ ପତ୍ନୀଙ୍କୁ ରାସ୍ତାରେ ହତ୍ୟା କଲା ସ୍ୱାମୀ

215 Views

ଝାରସୁଗୁଡ଼ା , ଜାନୁଆରୀ ୬ : ବନହରପାଲି ଥାନା ଅଧୀନସ୍ଥ କୁମ୍ଭାରବନ୍ଧ ଫାଣ୍ଡି ଅଞ୍ଚଳରେ ଦାମ୍ପତ୍ୟ କଳହରୁ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି।

ମୃତ ମହିଳାଜଣକ ହେଉଛନ୍ତି ୨୭ ବର୍ଷୀୟ ସୁନୀତା ତରିଆ। ତାଙ୍କ ବାପଘର ବ୍ରଜରାଜ ନଗର ଅନ୍ତର୍ଗତ ୨ ନମ୍ବର ଠାକୁରପଡ଼ା ଠାରେ।୫ ବର୍ଷ ତଳେ ବିବାହ କରିଥିବା ସୁନୀତା ସ୍ୱାମୀ ଅଶୋକ ଡନସନାଙ୍କ ତଳେ ଜାନୁଆରି ୪ ତାରିଖ ଦିନ ଜିଲ୍ଲା ମହୋତ୍ସବ ‘ଦୁଲ୍‌ଦୁଲି’ ଦେଖିବାକୁ ଝାରସୁଗୁଡ଼ା ଆସି ବୃନ୍ଦାମଲସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ।

୩ଟି ପିଲାଙ୍କର ପିତାମାତା ସୁନୀତା ଓ ଅଶୋକ କୁଲିମଜୁରି କାମ କରି ଚଳନ୍ତି ଏବଂ ମଦ୍ୟପାନ କରନ୍ତି। ଗତ ସନ୍ଧ୍ୟାରେ ଉଭୟ ସେମାନଙ୍କ ବାସସ୍ଥାନ ବତଲଗା ଗାଁକୁ ଫେରୁଥିଲେ। ବାଟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଳହ ହେବାରୁ ଉତ୍ତ୍ୟକ୍ତ ହୋଇ ଅଶୋକ ପତ୍ନୀ ସୁନୀତାଙ୍କ କେଶ ଧରି ବୁଲାଇ ବୁଲାଇ ଫିଙ୍ଗିଫୋପାଡ଼ି ତାଙ୍କୁ ହତ୍ୟା କରିଥିଲା।

ଆଜି ସକାଳେ କୁମ୍ଭାରବନ୍ଧ ରାସ୍ତା ଉପରୁ ପୁଲିସ ସୁନୀତାଙ୍କ ଶବ ଉଦ୍ଧାର କରିଛି। ଘଟନାର ତଦନ୍ତ ଆରମ୍ଭ କରିବା ସହ ପୁଲିସ ଅଶୋକଙ୍କୁ ଅଟକ ରଖିଛି। ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ଅଧିକ ତଦନ୍ତ କରାଯିବା କଥା ମଧ୍ୟ ପୁଲିସ କହୁଛି।

By amfnews

Related Post