Fri. Oct 23rd, 2026

Breaking

ଓ୍ଵିଇଲୋ ଗ୍ରୋଭ୍‌: ଗୁୁରୁବାର ସକାଳେ ଫିଲାଡେଲ୍‌ଫିଆର ଉପନଗରରେ ଗୋଟାଏ ଘରପଛ ବାରିରେ ଛୋଟ ବିମାନଟିଏ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଯିବାରୁ ସେଥିରେ ଥିବା ଜଣେ ସ୍ୱାମୀ, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ୧୯ ବର୍ଷୀୟ ଝିଅଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିମାନେ ହେଲେ ୬୦ ବର୍ଷିୟ ଯଶବୀର ଖୁରାନା, ତାଙ୍କ ୫୪ ବର୍ଷୀୟ ପତ୍ନୀ ଦିବ୍ୟା ଖୁରାନା ଏବଂ କନ୍ୟା କିରଣ। ସେମାନେ ଫିଲାଡେଲ୍‌ଫିଆ ଉପନଗର ଅନ୍ତର୍ଗତ ଲୋଅର୍‌ ମେରିଅନ୍‌ ଟାଉନ୍‌ସିପ୍‌ର ବାସିନ୍ଦା। ୨୦୦୨ରୁ ଡକ୍ଟର୍‌ ଖୁରାନା ଥିଲେ ଟେମ୍ପଲ୍‌ ୟୁନିଭର୍ସିଟିର କାଜ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ରେ ପାଥୋଲଜି ଆଣ୍ଡ୍‌ ଲାବରେଟରିର ପ୍ରଫେସର। ତାଙ୍କ ପତ୍ନୀ ଦିବ୍ୟା ଥିଲେ ସେଣ୍ଟ୍‌ ଖ୍ରିଷ୍ଟୋଫର୍‌ସ୍‌ ହସ୍‌ପିଟାଲ୍‌ ଫର୍‌ ଚିଲ୍‌ଡ୍ରେନ୍‌ରେ ପେଡିଆଟ୍ରିକ୍‌ ନ୍ୟୁରୋଲଜିଷ୍ଟ୍‍। Image Source: The Star ଉତ୍ତରପୂର୍ବ ଫିଲାଡେଲ୍‌ଫିଆର ବିମାନବନ୍ଦରରୁ ଓହିଓର କଲମ୍ବସ୍‌ ଯିବା ପାଇଁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଫିଲାଡେଲଫିଆର ଉତ୍ତରକୁ ପ୍ରାୟ ୫୦ କିଲୋମିଟର୍‌ ଦୂରସ୍ଥିତ ଓ୍ଵିଲୋ ଗ୍ରୋଭ୍‌ରେ ବିମାନଟି ଖସି ପଡ଼ିଥିଲା। ତଳେ ପଡ଼ିବା ପୂର୍ବରୁ ବିମାନଟି କେତେଗୁଡ଼ିଏ ଗଛରେ ପିଟି ହୋଇଥିଲା। ବିମାନର ଭଗ୍ନାଂଶ ସବୁ ଚାରି ଜଣଙ୍କ ବାଡ଼ିରେ ପଡ଼ିଛି ବୋଲି ଅପର୍‌ ମୋର୍‌ଲାଣ୍ଡ୍‌ ପୁଲିସ ମୁଖ୍ୟ ମାଇକେଲ୍‌ ମର୍ଫି କହିଛନ୍ତି। ଭାଗ୍ୟକୁ ତଳେ କୌଣସି ବ୍ୟକ୍ତି ମୃତାହତ ହୋଇ ନାହାନ୍ତି କି, କୌଣସି ଘରବାଡ଼ି ନଷ୍ଟ ହୋଇ ନାହାନ୍ତି।

309 Viewsନୂଆଦିଲ୍ଲୀ : ଗୁରୁବାର ଦିନ ଓ୍ଵାଘା ସୀମାନ୍ତ ଠାରେ ପାକିସ୍ତାନ ସରକାରୀ କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ଅଟକ ରହିଥିବା ସମ୍‌ଝୌତା ଏକ୍ସପ୍ରେସ୍‌ ଶୁକ୍ରବାର ସକାଳ…

ଘରପଛ ବାରିରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ୧୯ ବର୍ଷୀୟ ଝିଅ ମୃତ

221 Viewsଓ୍ଵିଇଲୋ ଗ୍ରୋଭ୍‌ : ଗୁୁରୁବାର ସକାଳେ ଫିଲାଡେଲ୍‌ଫିଆର ଉପନଗରରେ ଗୋଟାଏ ଘରପଛ ବାରିରେ ଛୋଟ ବିମାନଟିଏ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଯିବାରୁ ସେଥିରେ ଥିବା…

ଧାରା ୩୭୦ର ଉଚ୍ଛେଦ ବିରୋଧରେ ଆଗତ ମାମଲାର ଜରୁରୀ ଶୁଣାଣି କରିବାକୁ ମନାକଲେ ସୁପ୍ରିମ୍‌ କୋର୍ଟ

338 Viewsନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକ ମାମଲାର ଜରୁରୀ ଶୁଣାଣି…

ମୋଦୀ ସରକାର କମାଇଲେ କାରର ମୂଲ୍ୟ, ଜାଣନ୍ତୁ କେଉଁ କାର ସବୁ ଶସ୍ତା ହେଲା

229 Viewsନୂଆଦିଲ୍ଲୀ: ମୋଦୀ ସରକାର ଭାରତରେ ଇଲେକ୍ଟ୍ରିକ ଗାଡିକୁ ପ୍ରୋତ୍ସାହନ ଦେବାକୁ ଲାଗିପଡିଛନ୍ତି | ଏଥିପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଜିଏସଟିରେ…

ସ୍କୁଲ ଯାଉଥିବା ବେଳେ ଶିକ୍ଷକଙ୍କୁ ହାଣିଲେ ଦୁର୍ବୃତ୍ତ

330 Viewsବାଲେଶ୍ୱର : ସ୍କୁଲ ନିକଟରେ ଶିକ୍ଷକଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଖୋସାଲିଗଞ୍ଜ ବିଦ୍ୟାଳୟ…

ପବ୍ଲିକ-ପୁଲିସ ସଂପର୍କଙ୍କୁ ଗୁରୁତ୍ୱ ଦିଆଯିବ : ପୁଲିସ ଡିଜି ବିକେ ଶର୍ମା

207 Viewsଭୁବନେଶ୍ୱର : ଜନସାଧାରଣ ଓ ପୁଲିସ ମଧ୍ୟରେ ସଂପର୍କକୁ କିପରି ଅଧିକ ସଦୃଢ଼ କରାଯିବ ସେଥିପାଇଁ ଗୁରୁତ୍ୱ ଦିଆଯିବ ବୋଲି ଆଜି ରାଜ୍ୟର…

ଭାରତର ୧୧ ରୁ ୩ଟି ଆକାଶ ମାର୍ଗକୁ ବନ୍ଦ କଲା ପାକିସ୍ତାନ, ଏୟାର ଇଣ୍ଡିଆ କହିଲା , କିଛି ପ୍ରଭାବ ପଡ଼ିବ ନାହିଁ

258 Viewsନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ଘଟଣାକୁ ନେଇ ପାକିସ୍ତାନ ଖୁବ୍‌ ବିଚଳିତ ହୋଇପଡ଼ିଛି। ଏବେ ପାକିସ୍ତାନ ଭାରତ ପାଇଁ…