Sun. Oct 11th, 2026

Beyond Facts

ରାଜ୍ୟରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୧୮% ଭୋଟ୍‌ ଦାନ

236 Viewsଭୁବନେଶ୍ୱର: ୩ୟ ପର୍ଯ୍ୟାୟ ନିର୍ବାଚନରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସୁଦ୍ଧା ୧୮% ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ…

କେନ୍ଦ୍ରାପଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

285 Viewsକେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସି କେନ୍ଦ୍ରାପଡ଼ାଠାରେ ପହଞ୍ଚିଛନ୍ତି। ସେ କେନ୍ଦ୍ରାପଡ଼ା -ପଟ୍ଟାମୁଣ୍ଡାଇ ରାସ୍ତାରେ…

ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଲେ ଅଭିନେତା ସନ୍ନି ଦେଓଲ୍‌

273 Viewsନୂଆଦିଲ୍ଳୀ: ଆଜି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ୍‌ ଓ ନିର୍ମଳା ସୀତାରମଣଙ୍କ ଉପସ୍ଥିତରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ସିନେ ଅଭିନେତା…

ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬% ଭୋଟ୍‌ ଦାନ

222 Viewsଭୁବନେଶ୍ୱର: ୩ୟ ପର୍ଯ୍ୟାୟ ନିର୍ବାଚନରେ ମଙ୍ଗଳବାର ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬% ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ…

ଚାଲିଛି ମତଦାନ: ଏହି ସବୁ ଜଣାଶୁଣା ରାଜନେତା ଦେଇ ସାରିଲେଣି ଭୋଟ୍‌

387 Viewsନୂଆଦିଲ୍ଳୀ: ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ବହୁ ହେବିଓଏଟ୍‌ ନେତାମାନେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍‌ ଦେଇଥିବାର ଦୃଶ୍ୟ ଦେଖିବାକୁ…

ପରିବର୍ତ୍ତନ ନ ଆସିଲେ ଆମକୁ ବିଦା କରିଦେବେ: ନବଜ୍ୟୋତି

300 Viewsଭୋଗରାଇ/ କମର୍ଦ୍ଦା: ବାଲେଶ୍ବର ଜିଲ୍ଲାରେ କଂଗ୍ରେସକୁ ୫ ବର୍ଷ ପାଇଁ ସୁଯୋଗ ଦିଅନ୍ତୁ। ଦେଖିବେ ଜିଲ୍ଲାରେ ଶିଳ୍ପ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ…

ମତଦାନ ଅଧିକାର ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

321 Viewsଭୁବନେଶ୍ୱର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟର ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪୨ ଟି ବିଧାନସଭା ଆସନରେ ଭୋଟ…

ସୁନ୍ଦରଗଡ଼: ପାରାଦୀପରୁ ହେମଗିର ଥାନାର ଡୁଡୁକା ମାତାରାଣୀ ଫିଲିଂ ଷ୍ଟେସନକୁ ଆସୁଥିବା ଡିଜେଲ ଟ୍ୟାଙ୍କରରୁ ଡିଜେଲ ଚୋରି। ଶହେ କି ୨ ଶହ ଲିଟର ନୁହେଁ, ପାଖାପାଖି ୨୦ ହଜାର ଲିଟର। ୬ ମାସ ହେଲା ଯୋଜନାବଦ୍ଧ ଭାବେ ହେଉଥିଲା ଚୋରି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଅଧିକ। ଖୋଦ୍‌ ଟ୍ୟାଙ୍କରର ଡ୍ରାଇଭରମାନେ କରୁଥିଲେ ଚୋରି। ଏଥିରେ ଏକ ବଡ଼ ଧରଣର ରାକେଟ୍‌ କାମ କରୁଥିବା ବେଳେ ସମ୍ବଲପୁର ଜିଲ୍ଲା ଚାରମାଳର ଏକ ଢାବା ମାଲିକ ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ ହୋଇଛି। ଡ୍ରାଇଭରମାନେ ନକଲି ଚାବିରେ ଟ୍ୟାଙ୍କର ଖୋଲି ପ୍ରତି ଟ୍ୟାଙ୍କରରୁ ଶହେ ଲିଟର ତେଲ କାଢ଼ି ଢାବା ମାଲିକଙ୍କ ଠାରେ ବିକ୍ରି କରୁଥିଲେ। ପୁଲିସ ମାତାରାଣୀ ଫିଲିଂ ଷ୍ଟେସନର ୩ ଟ୍ୟାଙ୍କର ଡ୍ରାଇଭରଙ୍କୁ ଗିରଫ କରିଛି। ସେମାନେ ହେଲେ ସଦ୍ଦାମ ହୁସେନ, ମହମ୍ମଦ ମୋଇନ ଆଲମ, ମହମ୍ମଦ ରିଆଜୁଲ। ଘଟଣାଟି ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମାତାରାଣୀ ଫିଲିଂ ଷ୍ଟେସନର ମାଲିକ ସଞ୍ଜୟ କୁମାର ନନ୍ଦ ହେମଗିର ଥାନାରେ ଦେଇଥିବା ଏତଲା ଅନୁସାରେ, ତାଙ୍କର ଡୁଡୁକାରେ ମାତାରାଣୀ ନାମରେ ଏକ ଫିଲିଙ୍ଗ୍‌ ଷ୍ଟେସନ ରହିଛି। ପାରାଦୀପରୁ ପ୍ରତି ମାସରେ ୧୨ ଥର ଡିଜେଲ ଆସେ। ଏଥିରେ ତାଙ୍କର ନିଜସ୍ବ ୩ଟି ଟ୍ୟାଙ୍କର ( ଓଡି-୧୬ ୬୬୧୬, ଓଡି-୧୬ ୬୭୧୬ ଓ ଓଡି-୦୨ ଏବି ୨୨୧୬ରେ ନିୟୋଜିତ ରହିଛି। ଥରକେ ପ୍ରତି ଟ୍ୟାଙ୍କରରେ ୨୦ ହଜାର ଲିଟର ଆସୁଥିବା ବେଳେ ଗତ ୬ ମାସ ହେଲା ଫିଲିଂ ଷ୍ଟେସନକୁ ପହଞ୍ଚିଲା ବେଳକୁ ଶହେ ଲିଟର କମ୍‌ ରହିଥିବା ଶ୍ରୀ ନନ୍ଦଙ୍କ ନଜରକୁ ଆସିଥିଲା। ସେ ଏ ସମ୍ପର୍କରେ ଡ୍ରାଇଭରମାନଙ୍କୁ ପଚାରିଥିଲେ। କିନ୍ତୁ ସେମାନେ କିଛି ଜାଣି ନଥିବା କହିବା ପରେ ପାରାଦୀପ ଏଚ୍‌ପିସିଏଲ୍ର ଗୋଦାମ ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏଚ୍‌ପିସିଏଲ୍‌ ଗୋଦାମ ପରିଚାଳକ ଠିକ୍‌ ପରିମାଣରେ ଡିଜେଲ ଦେଉଥିବା ପ୍ରକାଶ କରିଥିଲେ। ଏହା ପରେ ଶ୍ରୀ ନନ୍ଦ ନିଜେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଠିକ୍‌ ଏହି ସମୟରେ ଏକ ଟ୍ୟାଙ୍କରର ହେଲ୍ପର ଚୋରି ସମ୍ପର୍କରେ ସୂଚନା ଦେଇଥିଲା। ଡ୍ରାଇଭରମାନେ ୩ଟି ଯାକ ଟ୍ୟାଙ୍କରର ନକଲି ଚାବି ତିଆରି କରି ଗତ ୬ ମାସ ହେଲା ତେଲ ଚୋରି କରି ଚାରମାଳର ଏକ ଢାବାରେ ବିକ୍ରି କରି ଆସୁଥିବା ପ୍ରକାଶ କରିଥିଲା। ଥରକେ ୩ଟି ଟ୍ୟାଙ୍କରରୁ ୩ ଶହ ଲିଟର ଚୋରି କରୁଥିବା ସୂଚନା ମିଳିବା ପରେ ଶ୍ରୀ ନନ୍ଦ ୨୧ ତାରିଖରେ ହେମଗିର ଥାନାରେ ୩ ଡ୍ରାଇଭର ଓ ଢାବା ମାଲିକଙ୍କ ନାମ‌ରେ ଏତଲା ଦେଇଥିଲେ। ପୁଲିସର ତଦନ୍ତ ବେଳେ ଡ୍ରାଇଭରମାନେ କୁଆଡ଼େ ଡିଜେଲ ଚୋରିକୁ ସ୍ବୀକାର କରିଥିଲେ। ପ୍ରତି ମାସରେ ୩୬ ଶହ ଲିଟର ୬ ମାସରେ ୨୧ ହଜାର ଲିଟର ଚୋରି ହୋଇଥିବା ଶ୍ରୀ ନନ୍ଦ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ୩ ଡ୍ରାଇଭରଙ୍କୁ ଗିରଫ କରି ତଦନ୍ତ ଚଲାଇଛି। ତେବେ ଢାବା ମାଲିକକୁ ତୁରନ୍ତ ଗିରଫ କରିବା ଶ୍ରୀ ନନ୍ଦ ଦାବି କରିଛନ୍ତି। ସୂଚନାଯୋଗ୍ୟ, କେବଳ ମାତାରାଣୀ ଫିଲିଙ୍ଗ ଷ୍ଟେସନ ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର ଅନେକ ଫିଲିଙ୍ଗ୍ ଷ୍ଟେସନକୁ ଆସୁଥିବା ଡିଜେଲ ଏମିତ ବାଟରେ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ପୁଲିସ ଏଥିରେ ସମ୍ପୃକ୍ତ ରାକେଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

441 Viewsକରଞ୍ଜିଆ: ରାତି ପାହିଲେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମତଦାନ। ସବୁଆଡ଼େ ସଜବାଜ; ପ୍ରଶାସନଠୁ ନେଇ ନେତା ଓ କର୍ମୀ ସବୁ ତତ୍ପର…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ବୋମା ମାଡ଼ରେ ୩ ଟିଏମ୍‌ସି କର୍ମୀ ଆହତ

438 Viewsକୋଲକାତା: ଆଜି ତୃତୀୟ ପର୍ଯ୍ୟାୟ ମତଦାନରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଜ୍ୟରେ ଉପୁଜି ଥିବା ନିର୍ବାଚନୀ ହିଂସା ଯୋଗୁ…