Wed. Sep 23rd, 2026

ଖରିଫ ଋତୁରେ ଧାନ ସଂଗ୍ରହ ଲାଗି ଚାଷୀଙ୍କ ପଞ୍ଜିକରଣ ସମୟସୀମା ୭ଦିନ ବଢ଼ିଲା

200 Views

ଭୁବନେଶ୍ବର : ଖରିଫ ଋତୁରେ ଧାନ ସଂଗ୍ରହ ଲାଗି ଚାଷୀଙ୍କ ପଞ୍ଜିକରଣ ସମୟସୀମା ୭ଦିନ ବଢ଼ାଇଛନ୍ତି ସରକାର। ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଷୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ। ଏଯାବତ୍ ୧୦ ଲକ୍ଷ ଚାଷୀ ଏଥିଲାଗି ପଞ୍ଜିକରଣ କରିଛନ୍ତି। ଅହୁରି ବହୁ ସଂଖ୍ୟକ ଚାଷୀ ଏଯାବତ୍ ପଞ୍ଜିକରଣ କରି ପାରି ନ ଥିବାରୁ ସରକାର ଏହି ସମୟସୀମା ବୃଦ୍ଧି କରିଛନ୍ତି।

Ranendra Pratap Swain@rajaaswain

ଚାଷୀ ପଞ୍ଜିକରଣ ସମୟସୀମା ଆଜି ଶେଷ ଦିନ ଥିବାବେଳେ ଆଉ ୭ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ୧୭ ତାରିଖ କରାଯାଇଛି।

ମଙ୍ଗଳବାର ଏହି ସୂଚନା ଦେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି କି ଖରିଫ ଋତୁରେ ଅଧିକରୁ ଅଧିକ ଚାଷୀଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ। ଏଥିଲାଗି ଚାଷୀଙ୍କୁ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ପଡ଼ିବ । ଯେହେତୁ ଏଥିଲାଗି ଧାର୍ଯ୍ୟ ଶେଷ ତାରିଖ ସେପଟେମ୍ବର ୧୦ ସୁଦ୍ଧା ସମସ୍ତ ଚାଷୀ ନିଜ ନାମ ପଞ୍ଜିକରଣ କରିପାରି ନାହାନ୍ତି, ତେଣୁ ସେମାନଙ୍କ ସୁବିଧା ଲାଗି ସମୟସୀମା ୭ ଦିନ ବଢ଼ାଇ ଦିଅ‌ାଯାଇଛି।

By amfnews

Related Post