Thu. Jul 2nd, 2026

ସାଂସଦ ଅନୁଭବ ମହାନ୍ତିଙ୍କ ସମେତ ବହୁ ଜଣାଶୁଣା ନେତାଙ୍କ ପ୍ରାର୍ଥୀ ପତ୍ର ଦାଖଲ

596 Views

କେନ୍ଦ୍ରାପଡ଼ା/ଜଗତସିଂହପୁର/ ବାଲେଶ୍ୱର : ରାଜ୍ୟର କେତେକ ଲୋକସଭା ଏବଂ ବିଧାନସଭା ଆସନ ଲାଗି ମଙ୍ଗଳବାର ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି।

ଜଗତସିଂହପୁର ବିଜେଡି ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି, ତିର୍ତ୍ତୋଲ ବିଧାନସଭା ପ୍ରାଥୀ ଦେବୀପ୍ରସାଦ ମଲ୍ଲିକ ଓ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀନୀ ସସ୍ମିତା ଦାସ ଜଗତସିଂହପୁର ଲୋକସଭା ପାଇଁ ପ୍ରାଥୀ ପତ୍ର ଦାଖଲ କରିଛନ୍ତି।

ସେହିପରି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ବି ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆମ୍ବେଦକର ନ୍ୟାସନାଲ କଂଗ୍ରେସ ସାଂସଦ ପ୍ରାର୍ଥୀ ଭାବେ ହାଡିବନ୍ଧୁ ଟୁଡୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ପ୍ରାର୍ଥୀପତ୍ର ଦାଖଲ କଲେ। ସେହିପରି କଂଗ୍ରେସରୁ ଅନନ୍ତ ସେଟ୍ଟୀ ସିମୁଳିଆ ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

By amfnews

Related Post