Sat. May 4th, 2024

‍‍ଭରତନାଟ୍ୟମ୍, କଥକ ଓ ଓଡ଼ିଶୀ ନୃତ୍ୟ ସହିତ ସମରକଳା ନୃତ୍ୟରେ ୧୨ ତମ ଧଉଳୀ କଳିଙ୍ଗ ମହୋତ୍ସବ ଆରମ୍ଭ

By Kedar Mishra Feb 6, 2016 #Featured
????????????????????????????????????
338 Views

????????????????????????????????????

ଧଉଳୀ – ୦୬.୦୨.୨୦୧୬- ଐତିହାସିକ ଧଉଳୀ ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ବାରା ଆୟୋଜିତ ୧୨ତମ ଧଉଳୀ କଳିଙ୍ଗ ମହୋତ୍ସବର ଆଜି ଥିଲା ଉଦଘାଟନୀ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଆଜି ଝଙ୍କୃତ ହେଉଥିଲା ଭରତନାଟ୍ୟମ୍, କଥକ ଓ ଓଡ଼ିଶୀ ନୃତ୍ୟ ସହିତ ସମରକଳା ନୃତ୍ୟର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା ।

????????????????????????????????????

ସଂଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ସୁଦୁର ବାଙ୍ଗାଲୋରରୁ ଆସିଥିବା ପୁନ୍ୟଃ ଡ଼୍ୟାନ୍ସ କମ୍ପାନୀର ଶିଳ୍ପୀଙ୍କ ଦ୍ବାରା ଭାରତନାଟ୍ୟମ୍ । କୃଷ୍ଣ ଓ ତାଙ୍କ ଭକ୍ତଙ୍କ ଭିତରେ ଥିବା ଅଗାଢ ପ୍ରେମ, ଭାବନା, ସାଧନାକୁ ସେମାନେ ତାଙ୍କ ଭରତନାଟ୍ୟମ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ଯାହାର ବିଷୟ ବସ୍ତୁଥିଲା ପୁନଃକୃଷ୍ଣ ଯେଉଁଥିରେ ସେମାନେ କୃଷ୍ଣଙ୍କ ଜନ୍ମ ଠାରୁ ଆରମ୍ଭ କରି ଗୋପରୁର ଲିଳା ଖେଳାକୁ ଅଭିନୟରେ ଚମତ୍କାର ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଯାହା ରାଗ ମଲ୍ଲିକେ ଓ ତାଳ ଆଦିତାଳ ଉପରେ ପର୍ଯବେଶିତ ଥିଲା । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଗୋପାଳକୃଷ୍ଣ ଶ୍ରୀକାନ୍ତ । ସଂଧ୍ୟାର ଦ୍ବୀତିୟ ପରିବେଷଣ ଥିଲା ଅଭିନବ ଡ଼୍ୟାନ୍ସ କମ୍ପାନୀର କଳାକାରଙ୍କ ଦ୍ବାରା କଥକ ନୃତ୍ୟ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ବର୍ଷା ଏବଂ ପରେ ପରେ ମୀରାବାଇ ଭଜନ । ତାପରେ ନୁପୁର ଅନୁଷ୍ଠାନର କଳାକାରଙ୍କ ଦ୍ବାରା ବର୍ଷା ଓ ବସନ୍ତ ଉପରେ ଓଡ଼ିଶୀ ନୃତ୍ୟ ପରିବେଷଣ ।

 

ପ୍ରଥମ ସଂଧ୍ୟାର ଶେଷ ପରିବେଷଣ ଥିଲା ନୂଆଦିଲ୍ଲୀର ଅନ୍ବେସଣ ସୋସାଇଟି ଫର ପରଫରମିଂ ଆର୍ଟ ର ଶିଳ୍ପୀଙ୍କ ଦ୍ବାରା ସମର କଳା ନୃତ୍ୟ ଅନ୍ତତଃ ଯେଉଁଥିରେ ମହାଭାରତ ଯୁଦ୍ଧର ପ୍ରମୁଖ ଭୁମିକା ଗ୍ରହଣ କରିଥିବା ଯୋଦ୍ଧ୍ୟା ଅଭିମନ୍ୟୁର ସାହାସ ଓ କୌରବଙ୍କ ସହିତ ଜୀବନର ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଯୁଦ୍ଧକୁ କଳାକାରଙ୍କ ଦ୍ବାରା ପରିବେଷଣ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

????????????????????????????????????

ପ୍ରତିବର୍ଷ ପରି ଏ ବର୍ଷ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ବାରା ପ୍ରଦତ୍ତ ରୁଚିବୁଦ୍ଧ ସମ୍ମାନ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ କୁମ୍ କୁମ୍ ମହାନ୍ତିଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ ।

 

ସଂଧ୍ୟାର ଅତିଥିମାନେ ଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଗଗନ କୁମାର ଧଳ, କମିଶନର ତଥା ଶାସନ ସଚିବ ସଂସ୍କୃତି ବିଭାଗ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିତିନ ଭାନୁଦାସ ଜୱଲେ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଶ୍ରୀଯୁକ୍ତ ଲଳୀତ ମାନସିଂହ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସିନ୍ଧୁ ବ୍ରାଉନ୍ ଓ ଇଂ ଶ୍ରୀନିବାସ ଘଟୁଆରୀ ।

By Kedar Mishra

Kedar Mishra is the Editor of AMFNews.com.

Related Post