Thu. Jun 25th, 2026

୯୦୦ ନିୟୁତ ଡଲାର୍‌ କ୍ଷତିପୂରଣ ଦାବି କରି ସୁଏଜ୍‌ ଜାହାଜ ‘ଏଭର୍‌ ଗିଭେନ୍‌’କୁ ଜବତ କଲା ଇଜିପ୍ଟ୍‌

338 Views

କାଇରୋ: ପ୍ରାୟ ଏକ ସପ୍ତାହ ବିଶ୍ୱ ବାଣିଜ୍ୟକୁ ବିପର୍ଯ୍ୟସ୍ତ କରି ଇଜିପ୍ଟ୍‌ର ସୁଏଜ୍‌ କେନାଲ୍‌କୁ ଅବରୋଧ କରିଥିବା ପ୍ରକାଣ୍ଡ ପଣ୍ୟବାହି ପୋତ ‘ଏଭର୍‌ ଗିଭେନ୍‌’କୁ ଅଦାଲତଙ୍କ ଆଦେଶକ୍ରମେ ଇଜିପ୍ଟ୍‌ ଜବତ କରିଛି। କ୍ଷତିପୂରଣ ବାବଦକୁ ଏହାର ମାଲିକ ୯୦୦ ନିୟୁତ ଡଲାର୍‌ ଦେବା ପାଇଁ ଇଜିପ୍ଟ୍‌ କହିଛି।

ଧୂଳିଝଡ଼ ଯୋଗୁଁ ୨୦୦,୦୦୦ ଟନ୍‌ ଓଜନବିଶିଷ୍ଟ ‘ଏମ୍‌ଭି ଏଭର୍‌ ଗିଭେନ୍‌’ ମାର୍ଚ ୨୩ ତାରିଖ ଦିନ ବିଶ୍ୱ ବାଣିଜ୍ୟର ପ୍ରମୁଖ ଜଳପଥ ସୁଏଜ୍‌ କେନାଲ୍‌ରେ ଲାଖିଯାଇଥିଲା।

Image Courtesy of India Today

ଜଳପଥ ଅବରୋଧ ଯୋଗୁଁ ଇଜିପ୍ଟ୍‌ ଦୈନିକ ୧୨ ରୁ ୧୫ ନିୟୁତ ଡଲାର୍‌ ରାଜସ୍ୱ ହରାଇଛି ବୋଲି କେନାଲ୍‌ କର୍ତ୍ତୃପକ୍ଷ ଦାବି କରିଛନ୍ତି।

ରାଷ୍ଟ୍ରାୟତ ଖବରକାଗଜ ‘ଅଲ୍‌-ଅହରାମ୍‌’ ରିପୋର୍ଟ କରିଛି ଯେ, ‘ସୁଏଜ୍‌ କେନାଲ୍‌ କର୍ତ୍ତୃପକ୍ଷ’ଙ୍କ ମୁଖ୍ୟ ଓସାମା ରାବି କହିଛନ୍ତି, ୯୦୦ ନିୟୁତ ଡଲାର୍‌ ଦେଇ ନ ପାରି ଥିବାରୁ ‘ଏମ୍‌ଭି ଏଭର୍‌ ଗିଭେନ୍‌’କୁ ଜବତ କରାଯାଇଛି।

By amfnews

Related Post